ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ବାରା ବୀରତା ପୁରସ୍କାର ପ୍ରଦାନ

0

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେନା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଯବାନମାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଥିଲେ। ମୋଟ ୧୦ଟି କୀର୍ତ୍ତି ଚକ୍ର (୭ଟି ମରଣୋତ୍ତର) ଓ ୨୬ଟି ଶୌର୍ଯ୍ୟ ଚକ୍ର (୭ଟି ମରଣୋତ୍ତର) ପ୍ରଦାନ କରାଯାଇଥିଲା।

ପ୍ରତିବର୍ଷ ସାହସିକତା ପ୍ରଦର୍ଶନ କରୁଥିବା ସେନା, ସିଆରପିଏଫ, ଆଇଟିବିପି ଏବଂ ପୁଲିସର ଯବାନ ଓ ଅଧିକାରୀମାନଙ୍କୁ ବିଭିନ୍ନ ସାହସିକତା ପୁରସ୍କାରରେ ସମ୍ମାନିତ କରାଯାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରଣୋତ୍ତର ଭାବେ ୭-୭ ଜଣ ସୁରକ୍ଷା କର୍ମୀଙ୍କୁ କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ର ପ୍ରଦାନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ।

କୀର୍ତ୍ତି ଚକ୍ର ବିଜେତାଙ୍କ ମଧ୍ୟରେ ଅଛନ୍ତି ଇନ୍ସପେକ୍ଟର ଦିଲ୍ଲୀପ କୁମାର ଦାସ (ସିଆରପିଏଫ), ହେଡ୍ କନଷ୍ଟେବଳ ରାଜ କୁମାର ଯାଦବ (ସିଆରପିଏଫ), କନଷ୍ଟେବଳ ବବଲୁ ରାଭା (ସିଆରପିଏଫ), ନଷ୍ଟେବଳ ଶମ୍ଭୁ ରାୟ, ୨୧୦ କୋବ୍ରା (ସିଆରପିଏଫ), ସିପାହୀ ପୱନ କୁମାର, ଗ୍ରେନେଡିୟର, ୫୫ ତମ ବାଟାଲିୟନ ରାଷ୍ଟ୍ରୀୟ ରାଇଫଲ୍ସ (ସେନା),କ୍ୟାପ୍ଟେନ ଅଂଶୁମାନ ସିଂହ, ଆର୍ମି ମେଡିକାଲ କର୍ପସ, ୨୬ତମ ବାଟାଲିୟନ ପଞ୍ଜାବ ରେଜିମେଣ୍ଟ (ଆର୍ମି), ହାବିଲଦାର ଅବଦୁଲ ମଜିଦ, ନବମ ବାଟାଲିୟନ ପାରାସୁଟ୍ ରେଜିମେଣ୍ଟ (ସ୍ପେଶାଲ ଫୋର୍ସ) (ଆର୍ମି), ମେଜର ଦିଗବିଜୟ ସିଂହ ରାୱତ, ୨୧ତମ ବାଟାଲିୟନ ପାରାସୁଟ୍ ରେଜିମେଣ୍ଟ (ଆର୍ମି), ମେଜର ଦୀପେନ୍ଦ୍ର ବିକ୍ରମ ବସନେତ, ଚତୁର୍ଥ ବାଟାଲିୟନ ଶିଖ୍ ରେଜିମେଣ୍ଟ (ଆର୍ମି), ସୁବେଦାର ପୱନ କୁମାର ଯାଦବ, ୨୧ତମ ବାଟାଲିୟନ ମହାର ରେଜିମେଣ୍ଟ (ଆର୍ମି)।

Leave A Reply

Your email address will not be published.