ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଘୂର୍ଣ୍ଣିବଳୟ ପ୍ରଭାବ ରେ ବଢିବ ବର୍ଷା

0

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ / ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବ ରେ ରାଜ୍ୟ ରେ ମୌସୁମୀ ବାୟୁ ସକ୍ରିୟ ରହିବା ସହ ଆସନ୍ତା ୫ ଦିନ ଯାଏଁ ରାଜ୍ୟ ରେ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ସାର୍ଥକ ମିଶ୍ର।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର ଅନେକ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ଠାରୁ ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ରେ ଅଧିକ ବର୍ଷା ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, କଟକ, ଜଗତସିଂହପୁର, ଯାଜପୁର, କେଉଁଝର ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ, ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.