ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହୀଦ

0

ଜମ୍ମୁ-କାଶ୍ମୀର: କାଠୁଆ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ସହୀଦ ହୋଇଛନ୍ତି ଏବଂ ୬ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ଫୁଲୱାମା ଆକ୍ରମଣ ଭଳି ହୋଇଛି। ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ ସୋମବାର ଆତଙ୍କବାଦୀମାନେ ସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୪ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି।

ତେବେ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ। ଖବର ପାଇ ସେନା ଓ ଜମ୍ମୁ-କାଶ୍ମୀର ପୁଲିସ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି। ସେନା ଅଧିକାରୀଙ୍କ କହିବା ମୁତାବକ, କାଠୁଆ ଜିଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀମାନେ ଭାରତୀୟ ସେନା ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାବେ ଗୁଳି ଚଳାଇବା ପରେ ଆମ ଯବାନମାନେ ମଧ୍ୟ ପ୍ରତିଜବାବରେ ଗୁଳି ଚଳାଇଥିଲେ।

ସୂଚନା ଅନୁସାରେ, ସେନାର ଗାଡ଼ି ଉପରକୁ ଟାର୍ଗେଟ୍ କରିଥିଲେ ଆତଙ୍କୀ । ଯେଉଁଥିରେ ୨ ଯବାନ ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ଧରି ଘାଟିରେ ସେନା ଓ ଆତଙ୍କୀବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହିକ୍ରମରେ ସୋମବାର କଠୁଆ ଜିଲ୍ଲାର ଭିଲୱାରା ନିକଟରେ ସେନା ଗାଡି ଉପରକୁ ଫାଇରିଂ କରିଥିଲେ ଆତଙ୍କବାଦୀ । ସେପଟେ ଗତ ଦୁଇ ଦିନ ହେବ କଶ୍ମୀରରେ ସେନା ପକ୍ଷରୁ ସର୍ଚ୍ଚ ଓ ଆତଙ୍କୀ ନିପାତ ଅଭିଯାନକୁ ଜୋରଦାର କରାଯାଇଛି । ୨ ଦିନ ଭିତରେ କୁଲଗାମରେ ଲୁଚି ରହିଥିବା ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।

Leave A Reply

Your email address will not be published.