ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହୀଦ

0

ଜମ୍ମୁ-କାଶ୍ମୀର: କାଠୁଆ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ସହୀଦ ହୋଇଛନ୍ତି ଏବଂ ୬ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ଫୁଲୱାମା ଆକ୍ରମଣ ଭଳି ହୋଇଛି। ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ ସୋମବାର ଆତଙ୍କବାଦୀମାନେ ସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୪ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି।

ତେବେ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ। ଖବର ପାଇ ସେନା ଓ ଜମ୍ମୁ-କାଶ୍ମୀର ପୁଲିସ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି। ସେନା ଅଧିକାରୀଙ୍କ କହିବା ମୁତାବକ, କାଠୁଆ ଜିଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀମାନେ ଭାରତୀୟ ସେନା ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାବେ ଗୁଳି ଚଳାଇବା ପରେ ଆମ ଯବାନମାନେ ମଧ୍ୟ ପ୍ରତିଜବାବରେ ଗୁଳି ଚଳାଇଥିଲେ।

ସୂଚନା ଅନୁସାରେ, ସେନାର ଗାଡ଼ି ଉପରକୁ ଟାର୍ଗେଟ୍ କରିଥିଲେ ଆତଙ୍କୀ । ଯେଉଁଥିରେ ୨ ଯବାନ ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ଧରି ଘାଟିରେ ସେନା ଓ ଆତଙ୍କୀବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହିକ୍ରମରେ ସୋମବାର କଠୁଆ ଜିଲ୍ଲାର ଭିଲୱାରା ନିକଟରେ ସେନା ଗାଡି ଉପରକୁ ଫାଇରିଂ କରିଥିଲେ ଆତଙ୍କବାଦୀ । ସେପଟେ ଗତ ଦୁଇ ଦିନ ହେବ କଶ୍ମୀରରେ ସେନା ପକ୍ଷରୁ ସର୍ଚ୍ଚ ଓ ଆତଙ୍କୀ ନିପାତ ଅଭିଯାନକୁ ଜୋରଦାର କରାଯାଇଛି । ୨ ଦିନ ଭିତରେ କୁଲଗାମରେ ଲୁଚି ରହିଥିବା ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।

Leave A Reply

Your email address will not be published.