ୟୁକ୍ରେନ୍: ରୁଷ୍ ସେନାର ମିଶାଇଲ୍ ମାଡ଼ରେ ୟୁକ୍ରେନ୍ର ଏକ ଶିଶୁ ହସ୍ପିଟାଲ୍ ଧ୍ୱଂସ। ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୁଇ ବର୍ଷରୁ ଅଧିକ ହେଲାଣି। ହେଲେ ଏ ପର୍ଯ୍ୟନ୍ତ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନି। ରୁଷ୍ ସେନା ଲଗାତାର ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି। ସୋମବାର ରୁଷ୍ ସେନା ୟୁକ୍ରେନ୍ର ରାଜଧାନୀ କିଓ଼୍ବର ଅନେକ ଅଞ୍ଚଳରେ ଯୁଦ୍ଧାସ୍ତ୍ର ପ୍ରୟୋଗ କରିଛି। ପାଖାପାଖି ୧୨ ଟି ମିଶାଇଲ୍ ମାଡ଼ କରିଛି। ଫଳରେ ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏକ ହାଇପର ସୋନିକ୍ ମିଶାଇଲ୍ ଶିଶୁ ହସ୍ପିଟାଲ୍ ଉପରେ ମାଡ଼ ହୋଇଛି। ଫଳରେ ହସ୍ପିଟାଲ୍ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଭଗ୍ନାବଶେଷ ତଳେ ଅନେକ ଜୀବନ ଫସି ରହିଥିବା କୁହାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ