ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ରୁଷ୍‌ର ମିଶାଇଲ୍‌ ମାଡ଼ରେ ୟୁକ୍ରେନ୍‌ର ୨୪ ମୃତ

0

ୟୁକ୍ରେନ୍‌: ରୁଷ୍‌ ସେନାର ମିଶାଇଲ୍‌ ମାଡ଼ରେ ୟୁକ୍ରେନ୍‌ର ଏକ ଶିଶୁ ହସ୍ପିଟାଲ୍‌ ଧ୍ୱଂସ। ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୁଇ ବର୍ଷରୁ ଅଧିକ ହେଲାଣି। ହେଲେ ଏ ପର୍ଯ୍ୟନ୍ତ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନି। ରୁଷ୍‌ ସେନା ଲଗାତାର ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି। ସୋମବାର ରୁଷ୍‌ ସେନା ୟୁକ୍ରେନ୍‌ର ରାଜଧାନୀ କିଓ଼୍ବର ଅନେକ ଅଞ୍ଚଳରେ ଯୁଦ୍ଧାସ୍ତ୍ର ପ୍ରୟୋଗ କରିଛି। ପାଖାପାଖି ୧୨ ଟି ମିଶାଇଲ୍‌ ମାଡ଼ କରିଛି। ଫଳରେ ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏକ ହାଇପର ସୋନିକ୍‌ ମିଶାଇଲ୍‌ ଶିଶୁ ହସ୍ପିଟାଲ୍‌ ଉପରେ ମାଡ଼ ହୋଇଛି। ଫଳରେ ହସ୍ପିଟାଲ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଭଗ୍ନାବଶେଷ ତଳେ ଅନେକ ଜୀବନ ଫସି ରହିଥିବା କୁହାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.