ୟୁକ୍ରେନ୍: ରୁଷ୍ ସେନାର ମିଶାଇଲ୍ ମାଡ଼ରେ ୟୁକ୍ରେନ୍ର ଏକ ଶିଶୁ ହସ୍ପିଟାଲ୍ ଧ୍ୱଂସ। ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୁଇ ବର୍ଷରୁ ଅଧିକ ହେଲାଣି। ହେଲେ ଏ ପର୍ଯ୍ୟନ୍ତ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନି। ରୁଷ୍ ସେନା ଲଗାତାର ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି। ସୋମବାର ରୁଷ୍ ସେନା ୟୁକ୍ରେନ୍ର ରାଜଧାନୀ କିଓ଼୍ବର ଅନେକ ଅଞ୍ଚଳରେ ଯୁଦ୍ଧାସ୍ତ୍ର ପ୍ରୟୋଗ କରିଛି। ପାଖାପାଖି ୧୨ ଟି ମିଶାଇଲ୍ ମାଡ଼ କରିଛି। ଫଳରେ ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏକ ହାଇପର ସୋନିକ୍ ମିଶାଇଲ୍ ଶିଶୁ ହସ୍ପିଟାଲ୍ ଉପରେ ମାଡ଼ ହୋଇଛି। ଫଳରେ ହସ୍ପିଟାଲ୍ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଭଗ୍ନାବଶେଷ ତଳେ ଅନେକ ଜୀବନ ଫସି ରହିଥିବା କୁହାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପ୍ରମୁଖ ଖବର
ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର