ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଓଡ଼ିଶା ଫୁଟୁବଲ ଆସୋସିଏସନ ସଭାପତି ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ

0

କଟକ: ଓଡ଼ିଶା ଫୁଟୁବଲ ଆସୋସିଏସନ(ଫାଓ) ସଭାପତି ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ପଦ ଛାଡ଼ିବା ସୂଚନା ଦେଇଛନ୍ତି। ବ୍ୟସ୍ତତା ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଛି ବୋଲି (ଫାଓ) ସମ୍ପାଦକଙ୍କୁ ଚିଠିରେ କହିଛନ୍ତି। ଫାଓ ସମ୍ପାଦକ ଆଶ୍ରୀର୍ବାଦ ବେହେରାଙ୍କୁ ଚିଠି ଲେଖି ପଦ ଛାଡିଲେ ଦେବାଶିଷ। ନିଜ ବ୍ୟକ୍ତିଗତ ଜୀବନ କାର୍ଯ୍ୟକ୍ରମ ବ୍ୟସ୍ତତା କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ।

ସରକାର ବଦଳିବା ପରେ ରାଜ୍ୟରେ ଚାଲିଛି ପରିବର୍ତ୍ତନର ଧାରା। ସରକାର ବଦଳର ପ୍ରଭାବ କ୍ରୀଡା ସଂଘଗୁଡିକ ଉପରେ ବି ଦେଖିବାକୁ ମିଳିଲାଣି। ଚର୍ଚ୍ଚା ହେଉଛି ରାଜ୍ୟର ବିଭିନ୍ନ କ୍ରୀଡା ସଂଘରେ ପଦପଦବୀରେ ରହିଥିବା ରାଜନେତା ବଦଳିବେ। ସେପଟେ ଗତ ଦୁଇଟି ନିର୍ବାଚନରେ ଦେବାଶିଷ ରାଧାରମଣ କ୍ଲବ ପକ୍ଷରୁ ପ୍ରତିନିଧିତ୍ଵ କରି ନିଦ୍ଵନ୍ଦରେ ସଭାପତି ହୋଇ ଆସୁଥିଲେ ବେଳେ ଏଥର କିନ୍ତୁ ରାଧାରମଣ କ୍ଲବ ପକ୍ଷରୁ ତାଙ୍କ ନାଁ ପଠାଯାଇନାହିଁ। ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ପକ୍ଷରୁ ବିଜେପି ନେତା ସମୀର ଦେଙ୍କ ନାଁ ଦିଆଯାଇଛି। ତେଣୁ ସମୀର ଦେ ପୁଣି କ୍ରୀଡା ସଂଘକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା ୨୧ରେ ନିର୍ବାଚନ ହେବ।

ଓଡିଶା ଫୁଟବଲ୍ ସଂଘ ବା ଫାଓ ନିର୍ବାଚନରେ ବି ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଲାଣି । ସେପଟେ ଫାଓର ସଭାପତି ରହିଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ନିର୍ବାଚନ ପ୍ରକ୍ରିୟାକୁ ଆସିବେନି ବୋଲି ଚର୍ଚ୍ଚା ଧରିଥିବା ବେଳେ ଏବେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ।

Leave A Reply

Your email address will not be published.