ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପହଣ୍ଡି ବେଳେ ତଳକୁ ଖସିଗଲେ ମହାପ୍ରଭୁ ବଳଭଦ୍ର

0

ପୁରୀ: ଆଡପ ପହଣ୍ଡିରେ ଘଟିଛି ବଡ଼ ଅଘଟଣ। ପହଣ୍ଡି ବେଳେ ତଳକୁ ଖସିଗଲେ ମହାପ୍ରଭୁ ବଳଭଦ୍ର। ଠାକୁର ରଥର ସିଂହାସନରୁ ଓହ୍ଲାଇବା ପରେ ଟାହିଆ ଲାଗି ପହଣ୍ଡି ଆରମ୍ଭ ହୋଇଥିଲା। କିନ୍ତୁ ଠାକୁର କିଛିବାଟ ଆସିବା ପରେ ତଳକୁ ଖସି ପଡିଥିଲେ। ପାଖରେ ଥିବା ସେବକମାନେ ଠାକୁରଙ୍କୁ ସିଧା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ, ଏହା ସମ୍ଭବ ହୋଇ ନ ଥିଲା। ସୁଦର୍ଶନଙ୍କର ପହଣ୍ଡିି ବିଜେ ପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବିଜେ ହେବାକୁ ଥିବା ବେଳେ ଏଭଳି ଅଘଟଣ ଘଟିଛି ।

ରଥ ଉପରୁ ସେବାୟତଙ୍କ ଗୋଡ ଖସିବାରୁ ଏପରି ଅଘଟଣ ଘଟିଛି। ବଡ଼ ଠାକୁର ତଳକୁ ଖସିବାରୁ ତଳେ ଚାପି ହୋଇ ୫ ଜଣ ସେବାୟତ ଆହତ ହୋଇଛନ୍ତି। ଆହତ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଥାଉ କି, ୨୦୨୩ ରଥଯାତ୍ରା ସମୟରେ ଆଡପ ପହଣ୍ଡିରେ ମଧ୍ୟ ଗୁରୁତର ତ୍ରୁଟି ଦେଖାଦେଇଥିଲା। ପହଣ୍ଡି ବେଳେ ଚାରମାଳ ଉପରେ ଡାହାଣ ପାର୍ଶ୍ବକୁ ଢଳିପଡିଥିଲେ ମହାପ୍ରଭୁ ଜଗନ୍ନାଥ। ମସ୍ତକରେ ଲାଗିଥିବା ଚିତା ବି ଖସି ପଡ଼ିଥିଲା। ଠିକ୍ ଆଜି ପହଣ୍ଡି ସମୟରେ ଦଇତାପତି ସେବାୟତଙ୍କ ହାତରୁ ଖସି ଯିବାରୁ ରଥ ଚାରମାଳ ଉପରେ ପଡ଼ିଗଲେ ପ୍ରଭୁ ବଲଭଦ୍ର।

ଏହି ଘଟଣାରେ ଅନେକ ସେବାୟତ ଆହତ ହେଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଛି। ତେବେ ପ୍ରଭୁ ବଲଭଦ୍ରଙ୍କ ପହଣ୍ଡିରେ ଏଭଳି ତ୍ରୁଟି କିଭଳି ହେଲା, ସେନେଇ ପ୍ରଶ୍ନ ଉଠିଛି। ପହଣ୍ଡି ସମୟରେ ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବା କଥା। ହେଲେ କେବଳ ଯୁବ ଦଇତାପତି ସେବାୟତ ଥିବାରୁ ଏଭଳି ପହଣ୍ଡିରେ ତ୍ରୁଟି ହୋଇଥିବା କୁହାଯାଉଛି। ଏହି ଘଟଣାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ପହଣ୍ଡିରେ ଖାମଖିଆଲି ମନୋଭାବ ଠିକ୍ ନୁହେଁ ବୋଲି ଭକ୍ତ କହିଛନ୍ତି। ତେବେ ବଡ଼ ଠାକୁର ପହଣ୍ଡି ବେଳେ ରଥ ଉପରୁ ପଡିଗଲେ ଏହା ଅଶୁଭ ସଂକେତ ବୋଲି କୁହାଯାଏ ।

Leave A Reply

Your email address will not be published.