ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ରାଜଭବନ କର୍ମଚାରୀଙ୍କୁ ମାଡମାରିଲେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ

0

ପୁରୀ: ଏଏସଓଙ୍କୁ ମାଡମାରି ଅଡୁଆରେ ରାଜ୍ୟପାଳଙ୍କ ପୁଅ ! ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଅଭିଯୋଗ ଆଣିଛନ୍ତି ପୀଡିତ ଏଏସଓ ବୈକୁଣ୍ଠନାଥ ପ୍ରଧାନ ।

ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନଙ୍କ ଅଭିଯୋଗ ମୁତାବକ, ଗତ ୭ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତ କରିଥିବା ବେଳେ ଡ୍ୟୁଟି ପାଇଁ ସେ ପୁରୀ ରାଜଭବନ ଯାଇଥିଲେ । ସେଠାରେ ସେ ଡ୍ୟୁଟି କରୁଥିବା ସମୟରେ ତାଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର, ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ୨ଜଣ ପିଏସଓ ରୋଷେୟା ମିଳିମିଶି ତାଙ୍କୁ ରାଜଭବନ ଭିତରେ ମାଡ଼ ମାରିବା ସହ ଲହୁ ଲୁହାଣ କରିଥିଲେ । ସେମାନଙ୍କୁ ଆଣିବା ପାଇଁ କାହିଁକି ଷ୍ଟେସନକୁ ଦୁଇଟି ଦାମୀ ଗାଡି ପଠାଇ ନଥିଲୁ କହି ସେମାନେ ଏଭଳି ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଅତ୍ୟାଚାର ସୀମା ଟପିଥିଲା ଯେତେବେଳେ ଜବରଦସ୍ତ କରି ତାଙ୍କ ଜୋତାରେ ଛେପ ପକାଇ ଛେପକୁ ଚାଟିବାକୁ କହିଥିଲେ । ସେମାନଙ୍କ ଭୟରେ ତାହା ମଧ୍ୟ କରିଥିବା କହିଛନ୍ତି ଏଏସଓ।
ଏହି ଆକ୍ରମଣରେ ତାଙ୍କର ପାଟି, ନାକ, ଗୋଡ଼ ଏବଂ ହାତରେ ଆଘାତ ଲାଗିଥିଲା । ଏଭଳି ଅଭିଯୋଗ କରିବା ପରେ ସେ ଏବେ ଛୁଟି ନେଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କୁ ଜଣାଇଥିଲେ ମଧ୍ୟ ୧୧ ତାରିଖ ସୁଦ୍ଧା ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.