ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଗୁଣ୍ଡିଚା ଦିନ ଭୋକ ଉପାସରେ ଥିଲେ ମହାପ୍ରଭୁ : ମୁଖ୍ୟ ବାଡଗ୍ରାହୀ

0

ପୁରୀ: ଆଡପ ପହଣ୍ଡି ବେଳେ ବଡ ଠାକୁର ବଳଭଦ୍ର ଖସିପଡିବା ଘଟଣାରେ ଶେଷରେ ମୁହଁ ଖୋଲିଛନ୍ତି ବଳଭଦ୍ରଙ୍କର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ହଳଧର କହିଛନ୍ତି ଯେ, ଗୋଟିଏ ଦିନରେ ଗୁଣ୍ଡିଚା ଯାତ୍ରା , ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ନୀତିକାନ୍ତି ଠିକ୍ ନୁହେଁ। ନୀତିକାନ୍ତିରେ ଭୁଲ୍ ହୋଇଛି। ଯେଭଳି ଭୋଗ ହେବା କଥା ତାହା ହୋଇନାହିଁ। ଗୋଟିଏ ଭୋଗରେ ଦୁଇଟି ଯାତ୍ରା ହୋଇଛି। ଗୁଣ୍ଡିଚା ଯାତ୍ରା ଦିନ ଭୋଗ ହୋଇନାହିଁ। ତେଣୁ ଠାକୁର ଉପାସରେ ଗଲେ। ନେତ୍ରୋତ୍ସବ ହୋଇନି, ମହାପ୍ରଭୁଙ୍କୁ ନା ନେତ୍ର ଦିଆଯାଇଥିଲା, ନା ଖାଇବାକୁ ଦିଆଯାଇଥିଲା, ଭୋକ ଉପାସରେ ମହାପ୍ରଭୁ ଯାତ୍ରା କରିଥିବାରୁ ଏଭଳି ଅଘଟଣ ଘଟିଛି ବୋଲି କହିଛନ୍ତି ବାଡଗ୍ରାହୀ। ଏହା ସହିତ ଠାକୁର ଅଣସର ଘରେ ଥିବାବେଳେ ଆଜ୍ଞାମାଳ କେମିତି ରଥକୁ ଗଲା ବୋଲି ତାହା ପ୍ରଶ୍ନ କରିଛନ୍ତି ବାଡଗ୍ରାହୀ।

ପହଣ୍ଡିବେଳେ ଚାରମାଳ ଉପରେ ବଡ଼ଠାକୁର ମୁହଁମାଡି ପଡିଯିବା ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି। ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନଭାବ ଓ ଅଣସେବାୟତଙ୍କ ପ୍ରବେଶ। ଅଣସେବାୟତ ଓ ରଥ ଉପରେ ମୋବାଇଲ ଫୋନକୁ ମଧ୍ୟ ମୁଖ୍ୟ କାରଣ ବୋଲି କହିଛନ୍ତି ବାଡଗ୍ରାହୀ। ଏନେଇ ବାଡଗ୍ରାହୀ କହିଛନ୍ତି, କିଛି ସେବାୟତ ଯାହାଙ୍କର ପହଣ୍ଡିରେ କୌଣସି କାମ ନ ଥିଲା ସେମାନେ ପହଣ୍ଡିରେ ପଶି ଗହଳି ସୃଷ୍ଟି କରିଥିବାରୁ ଏଭଳି ଅଘଟଣ ଘଟିଲା। ଏହା ସହ ମହାପ୍ରଭୁ ଭୋକରେ ଥିବାରୁ ଅନିଷ୍ଠ ହେଲା ବୋଲି କହିଛନ୍ତି ହଳଧର। ସେପଟେ ହଳଧରଙ୍କ ପ୍ରତିକ୍ରିୟା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.