ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ

0

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଯାଇଛନ୍ତି ୪ ଭାରତୀୟ ଯବାନ। ଗତକାଲି ସନ୍ଧ୍ୟାରେ ଡୋଡା ଜିଲ୍ଲାର ଡେସା ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ସେନା ଅଧିକାରୀଙ୍କ ସମେତ ୪ ଜଣ ଯବାନଙ୍କ ଦେହରେ ଗୁଳି ବାଜିବାରୁ ଗୁରୁତର ଆହତ ହୋଇପଡିଥିଲେ। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଯାଇଛି।
ସୂଚନା ମୁତାବକ, ଡେସା ଜଙ୍ଗଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବାର ଖବର ପାଇ ଗତକାଲି ସନ୍ଧ୍ୟାରେ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପେରସନ ଗ୍ରୁପର ଯବାନ ମିଳିତ ସର୍ଚ୍ଚ ଅପରେସନ ଚଳାଇଥିଲେ। ରାତି ପାଖାପାଖି ୭ଟା ୪୫ ବେଳକୁ ଆତଙ୍କବାଦୀଙ୍କ ସହ ସୁରକ୍ଷାବଳର ଏନକାଉଣ୍ଟର ଆରମ୍ଭ ହୋଇଥିଲା। ପ୍ରାୟ ୨୦ ମିନିଟ୍ ଧରି ଏନକାଉଣ୍ଟର ଚାଲିଥିଲା। ଏଥିରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ଜଣ ଯବାନ ଗୁରୁତର ହୋଇପଡିଥିଲେ।

୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିବାବେଳେ ସମସ୍ତଙ୍କର ଅବସ୍ଥା ଗୁରୁତର ରହିଥିଲା। ହସ୍ପିଟାଲରେ ସେନା ଅଧିକାରୀ ସମେତ ୪ ଜଣ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଆଉ ଜଣେ ଯବାନଙ୍କ ଅବସ୍ଥା ମଧ୍ୟ ଏବେ ବି ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଡୋଡାରେ ସୁରକ୍ଷା କଡାକଡି କରାଯାଇଥିବା ବେଳେ ଡେସା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ତେବେ ଆତଙ୍କବାଦୀ ସଂଗଠନ କାଶ୍ମୀର ଟାଇଗର୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦ ସହ ଏହି ସଂଗଠନର ସମ୍ପର୍କ ରହିଛି।

Leave A Reply

Your email address will not be published.