ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଆତ୍ମସମର୍ପଣ କଲେ ୪ ମାଓବାଦୀ

0

ଛତିଶଗଡ: ଛତିଶଗଡ଼ ସୁକ୍‌ମା ଜିଲାରେ ୪ ମାଓବାଦୀ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ଜଣ କୁଖ୍ୟାତ ମହିଳା ମାଓବାଦୀ ଥିବା ବେଳେ ସେମାନେ ପ୍ରାୟ ୧୪ ବର୍ଷ ଧରି ସଂଗଠନରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରେ ଜଣେ ଡେପୁଟି କମାଣ୍ଡରଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ସେହିପରି ଆଉ ଜଣେ ମହିଳା ସେକ୍ସନ ଡେପୁଟି କମାଣ୍ଡର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ୫ ଲକ୍ଷର ପୁରସ୍କାର ଘୋଷଣା ହୋଇଥିଲା। ଏହି ୨ ମହିଳାଙ୍କ ବ୍ୟତୀତ ଅନ୍ୟ ୨ ପୁରୁଷ ମାଓବାଦୀ ପ୍ରାୟ ୧୫ ବର୍ଷ ଧରି ସଙ୍ଗଠନରେ ସକ୍ରିୟ ରହିଥିଲେ। ଅନେକ ପ୍ରମୁଖ ମାଓବାଦୀ ଘଟଣାରେ ସମ୍ପୃକ୍ତ ଥିଲେ, ଯାହାଙ୍କ ଉପରେ ମୋଟ ୭ ଲକ୍ଷର ପୁରସ୍କାର ରହିଥିଲା। ଯବାନଙ୍କ ତଲାସି ଅଭିଯାନ ପରେ ଏମାନେ ସଙ୍ଗଠନ ଛାଡ଼ିବାକୁ ନିଷ୍ପତ୍ତି ସୁକ୍‌ମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ଆତ୍ମସମର୍ପଣକାରୀଙ୍କୁ ସରକାରୀ ନୀତିନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ସୁକ୍‌ମା ଏସ୍‌ପି ପ୍ରକାଶ ଅର୍‌ କହିଛନ୍ତି । ଆଜି ଛତିଶଗଡ଼ରେ ପୋଲିସ ପାଇଁ ଭଲ ଦିନ ଟିଏ । ଗୋଟିଏ ଦିନରେ ମିଳିଛି ଦୁଇଟି ବଡ ସଫଳତା । ଛତିଶଗଡ଼ ବିଜାପୁର ଜିଲାରେ ଚାଲିଥିବା ମାଓବାଦୀ କମ୍ବିଂ ଅପରେସନ ବେଳେ ପୋଲିସ ଦ୍ୱାରା ତେରେମ୍‌ ଅଞ୍ଚଳରୁ ମଙ୍ଗଳବାର ମହିଳାଙ୍କ ସମେତ ୭ ମାଓବାଦୀ ଗିରଫ ହୋଇଥିବା ବେଳେ ଏପଟେ ସୁକ୍‌ମା ଜିଲାରେ ୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

Leave A Reply

Your email address will not be published.