ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଚାନନ ଦାଶ

0

ଭୁବେଶ୍ବର: ଭାରତୀୟ ପରିସଂଖ୍ୟାନ ସେବା (ଆଇଏସଏସ) ଅଧିକାରୀ ପଞ୍ଚାନନ ଦାଶ ମଙ୍ଗଳବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ଏବଂ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରୁ ଇସ୍ତଫା ଦେଇଛନ୍ତି।

ଅମଲାତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଦାଶ ରାଜ୍ୟ ସରକାର ଏବଂ କେନ୍ଦ୍ରର ବରିଷ୍ଠ ପଦବୀରେ ଅବସ୍ଥାପିତ ରହିଥିଲେ। ପରେ ସେ ୨୦୨୩ ଜୁଲାଇରେ କଂଗ୍ରେସରେ ଯୋଗ ଦେଇଥିଲେ। ଏନେଇ ଓପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି ପଞ୍ଚାନନ। ଉକ୍ତ ଚିଠିରେ ସେ ମୁଖପାତ୍ର, କ୍ୟାମ୍ପେନ କମିଟିର ସଦସ୍ୟ ତଥା କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଥିବା ନେଇ ଉଲ୍ଲେଖ ରହିଛି। ତେବେ ସେ କେଉଁ କାରଣ ପାଇଁ ଦଳ ଛାଡିଲେ, ସେନେଇ କିଛି ପ୍ରକାଶ କରିନାହାନ୍ତି।

Leave A Reply

Your email address will not be published.