ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଚାନନ ଦାଶ

0

ଭୁବେଶ୍ବର: ଭାରତୀୟ ପରିସଂଖ୍ୟାନ ସେବା (ଆଇଏସଏସ) ଅଧିକାରୀ ପଞ୍ଚାନନ ଦାଶ ମଙ୍ଗଳବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ଏବଂ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରୁ ଇସ୍ତଫା ଦେଇଛନ୍ତି।

ଅମଲାତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଦାଶ ରାଜ୍ୟ ସରକାର ଏବଂ କେନ୍ଦ୍ରର ବରିଷ୍ଠ ପଦବୀରେ ଅବସ୍ଥାପିତ ରହିଥିଲେ। ପରେ ସେ ୨୦୨୩ ଜୁଲାଇରେ କଂଗ୍ରେସରେ ଯୋଗ ଦେଇଥିଲେ। ଏନେଇ ଓପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି ପଞ୍ଚାନନ। ଉକ୍ତ ଚିଠିରେ ସେ ମୁଖପାତ୍ର, କ୍ୟାମ୍ପେନ କମିଟିର ସଦସ୍ୟ ତଥା କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଥିବା ନେଇ ଉଲ୍ଲେଖ ରହିଛି। ତେବେ ସେ କେଉଁ କାରଣ ପାଇଁ ଦଳ ଛାଡିଲେ, ସେନେଇ କିଛି ପ୍ରକାଶ କରିନାହାନ୍ତି।

Leave A Reply

Your email address will not be published.