ପ୍ରମୁଖ ଖବର

ମିଳିବ ସୁଭଦ୍ରା ଟଙ୍କା,ମାତିଲେଣି ସାଇବର ଠକ, ସତର୍କ କଲେ ଉପମୁଖ୍ୟମନ୍ତ୍ରୀ
ଏବେ ମହଙ୍ଗା ହୋଇଛି ଖାଇବା ତେଲ, ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର
କାକଟପୁରରେ କୁଣ୍ଢେଇ ବଜାର ସାହୁ ଜୁଏଲାରୀ ମାଲିକ ନିରଞ୍ଜନ ସାହୁଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼
ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ମୋଦି, ଜନ୍ମଦିନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ
ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ
ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ଵିତୀୟ ଥରେ ପାଇଁ ଗୁଳିମାଡ଼
ରାୟଗଡ଼ା ଜିଲ୍ଲା କେଉଟଗୁଡା ରେଳଷ୍ଟେସନ ନିକଟରେ ଭୁସ୍ଖଳନ, ଲଗାଣ ବର୍ଷାରୁ ଭୁସ୍ଖଳନ ଘଟି ରେଳ ଚଳାଚଳ ବାଧାପ୍ରାପ୍ତ

ସରିଲା ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର

0

ପୁରୀ: ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି। ଭଣ୍ଡାର ଘରୁ ସମସ୍ତ ଅଳଙ୍କାର ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ ଟିମ୍ ଭଣ୍ଡାର ଘରୁ ବାହାରିବା ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରକୁ ଲକ୍ କରାଯାଇଛି।

ଏହି ବିଷୟରେ ଜଷ୍ଟିସ ବିଶ୍ଵନାଥ ରଥ କହିଛନ୍ତି, ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା। ସକାଳ ୯ଟା ୫୧ରେ ଆମେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ। ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ସ୍ଥାନାନ୍ତରଣ ପାଇଁ ଆମ ୧୧ ଜଣଙ୍କ ସହ ଅନ୍ୟମାନଙ୍କ ସହାୟତା ନେଇଥିଲୁ। କେବଳ କଟର ଓ ଇଲେକ୍ଟ୍ରି ସହାୟକଙ୍କ ଛଡ଼ା ଆଉ କାହାର ସହଯୋଗ ଲୋଡ଼ା ପଡ଼ିଲାନାହିଁ।

ବିଶ୍ଵନାଥ ରଥ ଆହୁରି କହିଛନ୍ତି, ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ। ଆମ ଆଖିରେ ଆମେ ସେମିତି କିଛି ସୁଡ଼ଙ୍ଗ ଦେଖିପାରିଲୁନି। ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ତଥ୍ୟ ପର୍ଯ୍ୟବଷିତ ନୁହେଁ। ଭିତର ରତ୍ନଭଣ୍ଡାରରେ ଥିଲା ୪ଟି ଆଲମିରା ଓ ୩ଟି ସିନ୍ଦୁକ ଅଛି । ଏଥିରୁ ୩ଟି କାଠ ଆଲମିରା ହୋଇଥିବା ବେଳେ ଗୋଟିଏ ଷ୍ଟିଲ ଆଲମିରା ଥିଲା । ଯାହାକୁ ସ୍ଥାନାନ୍ତର କରାଯାଇଛି ।’‘୩ଟି ସିନ୍ଦୁକ ମଧ୍ୟରୁ ଦୁଇଟି କାଠ ଆଲମିରା ଥିବା ବେଳେ ଗୋଟିଏ ଲୁହାରେ ଥିଲା । ସମସ୍ତ ଆଲମାରି ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର ହୋଇଛି।
ଏଥିସହ ଜଷ୍ଟିସ ରଥ କହିଛନ୍ତି, ରତ୍ନଭଣ୍ଡାରରେ କଣ ଅଛି କାହାକୁ କୁହାଯିବ ନାହିଁ। ଆପଣଙ୍କ ଘରେ କ’ଣ ଅଳଙ୍କାର ଅଛି, ଆପଣ କାହାକୁ କହିନଥାନ୍ତି। ସେମିତି ମହାପ୍ରଭୁଙ୍କର କ’ଣ ଅଳଙ୍କାର ଅଛି, ତାକୁ ପ୍ରକାଶ କରିବୁ ନାହିଁ। ଏନେଇ ଆମେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ନାଁରେ ଶପଥ ନେଇଛୁ। ଯାହା ଦେଖିଛୁ ତାହା ଆମ ମୁଣ୍ଡକୁ ଯିବ, କିନ୍ତୁ ତୁଣ୍ଡରୁ ବାହାରିବ ନାହିଁ। ଏପଟେ ବାହାରକୁ ବାହାରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି,ସମସ୍ତଙ୍କ ପାଇଁ ଖୁସି ଖବର । ସୁରୁଖୁରୁରେ ଭିତର ଭଣ୍ଡାର ଅଳଙ୍କାରର ସ୍ଥାନାନ୍ତର ସମ୍ପନ୍ନ ହୋଇଛି।

Leave A Reply

Your email address will not be published.