ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ଵରିଷ୍ଠ ନାଗରିମାନଙ୍କ ପାଇଁ ଫୁଟ ଓଭରବ୍ରିଜରରେ ରହିବ ଲିଫ୍ଟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ

0

ଭୁବନେଶ୍ବର: ପଳାଶୁଣି ଛକ ଉପରେ ଫୁଟ-ଓଭରବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ପାଇଁ ଫୁଟ ଓଭରବ୍ରିଜରରେ ରହିବ ଲିଫ୍ଟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ବରିଷ୍ଠ ନାଗରିମାନଙ୍କ ପାଇଁ ଫୁଟ ଓଭରବ୍ରିଜରରେ ରହିବ ଲିଫ୍ଟ ସୁବିଧା। ପଳାଶୁଣି ଛକ ଉପରେ ଫୁଟ-ଓଭରବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଫୁଟ ଓଭରବ୍ରିଜରେ ଲିଫ୍ଟର ସୁବିଧା ଉପଲବ୍ଧ ହେବ ଯାହା ପଥଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁବିଧା ଯୋଗାଇଦେବ।

ସମାନ ଭାବେ ବରମୁଣ୍ଡା ଛକରେ ମଧ୍ୟ ଆଉ ଏକ ଫୁଟ-ଓଭରବ୍ରିଜର ଭିତ୍ତି ପଡ଼ିଛି।ଭୁବନେଶ୍ବର-କଟକ ଜାତୀୟ ରାଜପଥ ୧୬, ପଳାଶୁଣି ବଜାର ଉଭୟ ପାର୍ଶ୍ଵକୁ ସଂଯୋଗ କରିବା ପାଇଁ ଫୁଟ ଓଭରବ୍ରିଜ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ପଳାଶୁଣି ଛକରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ତାଙ୍କୁ ସ୍ୱାଗତ କରିଥିଲେ।

ଏହି ଅବସରରେ ସାଂସଦ କହିଛନ୍ତି, “ଲୋକମାନଙ୍କର ଦୀର୍ଘଦିନର ଦାବି ଥିଲା ପଳାଶୁଣିଠାରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ କରିବାକୁ। ଯେହେତୁ ଏହି ସ୍ଥାନରେ ବହୁ ଦୁର୍ଘଟଣା ହେଉଛି, ତାକୁ ରୋକିବାକୁ ଏହି ଫୁଟ ଓଭରବ୍ରିଜ ସହାୟକ ହେବ।” ପ୍ରକଳ୍ପ ପାଇଁ ପଳାଶୁଣିବାସୀଙ୍କ ସହଯୋଗ କାମନା କଲେ ସାଂସଦ। ବରମୁଣ୍ଡାରେ ମଧ୍ୟ ଆଉ ଏକ ଫୁଟ ଓଭରବ୍ରିଜ ନିର୍ମାଣ ନେଇ ଶୁଭ ଦିଆଗଲା।ଏଥିପାଇଁ ଜାତୀୟ ରାଜପଥ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଧନ୍ୟବାଦ ଜଣାଇଲେ ଅପରାଜିତା। ଏହି ଫୁଟ ଓଭରବ୍ରିଜରେ ଲିଫ୍ଟ କାର୍ଯ୍ୟକ୍ଷମ ହେବ, ଯାହା ବରିଷ୍ଠ ନାଗରିକମାନଙ୍କ ପାଇଁ ସହାୟକ ହେବ ବୋଲି ସାଂସଦ କହିଛନ୍ତି ।

Leave A Reply

Your email address will not be published.