ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ଵରିଷ୍ଠ ନାଗରିମାନଙ୍କ ପାଇଁ ଫୁଟ ଓଭରବ୍ରିଜରରେ ରହିବ ଲିଫ୍ଟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ

0

ଭୁବନେଶ୍ବର: ପଳାଶୁଣି ଛକ ଉପରେ ଫୁଟ-ଓଭରବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ପାଇଁ ଫୁଟ ଓଭରବ୍ରିଜରରେ ରହିବ ଲିଫ୍ଟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ବରିଷ୍ଠ ନାଗରିମାନଙ୍କ ପାଇଁ ଫୁଟ ଓଭରବ୍ରିଜରରେ ରହିବ ଲିଫ୍ଟ ସୁବିଧା। ପଳାଶୁଣି ଛକ ଉପରେ ଫୁଟ-ଓଭରବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଫୁଟ ଓଭରବ୍ରିଜରେ ଲିଫ୍ଟର ସୁବିଧା ଉପଲବ୍ଧ ହେବ ଯାହା ପଥଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁବିଧା ଯୋଗାଇଦେବ।

ସମାନ ଭାବେ ବରମୁଣ୍ଡା ଛକରେ ମଧ୍ୟ ଆଉ ଏକ ଫୁଟ-ଓଭରବ୍ରିଜର ଭିତ୍ତି ପଡ଼ିଛି।ଭୁବନେଶ୍ବର-କଟକ ଜାତୀୟ ରାଜପଥ ୧୬, ପଳାଶୁଣି ବଜାର ଉଭୟ ପାର୍ଶ୍ଵକୁ ସଂଯୋଗ କରିବା ପାଇଁ ଫୁଟ ଓଭରବ୍ରିଜ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ପଳାଶୁଣି ଛକରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ତାଙ୍କୁ ସ୍ୱାଗତ କରିଥିଲେ।

ଏହି ଅବସରରେ ସାଂସଦ କହିଛନ୍ତି, “ଲୋକମାନଙ୍କର ଦୀର୍ଘଦିନର ଦାବି ଥିଲା ପଳାଶୁଣିଠାରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ କରିବାକୁ। ଯେହେତୁ ଏହି ସ୍ଥାନରେ ବହୁ ଦୁର୍ଘଟଣା ହେଉଛି, ତାକୁ ରୋକିବାକୁ ଏହି ଫୁଟ ଓଭରବ୍ରିଜ ସହାୟକ ହେବ।” ପ୍ରକଳ୍ପ ପାଇଁ ପଳାଶୁଣିବାସୀଙ୍କ ସହଯୋଗ କାମନା କଲେ ସାଂସଦ। ବରମୁଣ୍ଡାରେ ମଧ୍ୟ ଆଉ ଏକ ଫୁଟ ଓଭରବ୍ରିଜ ନିର୍ମାଣ ନେଇ ଶୁଭ ଦିଆଗଲା।ଏଥିପାଇଁ ଜାତୀୟ ରାଜପଥ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଧନ୍ୟବାଦ ଜଣାଇଲେ ଅପରାଜିତା। ଏହି ଫୁଟ ଓଭରବ୍ରିଜରେ ଲିଫ୍ଟ କାର୍ଯ୍ୟକ୍ଷମ ହେବ, ଯାହା ବରିଷ୍ଠ ନାଗରିକମାନଙ୍କ ପାଇଁ ସହାୟକ ହେବ ବୋଲି ସାଂସଦ କହିଛନ୍ତି ।

Leave A Reply

Your email address will not be published.