ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ଅନ୍ଧବିଶ୍ୱାସର କରୁଣା ପରିଣତି: ଯୁବତୀଙ୍କ ମୁଣ୍ଡରୁ ବାହାରିଲା ୭୦ଟି ଛୁଞ୍ଚି

0

ବଲାଙ୍ଗୀର: ଅନ୍ଧବିଶ୍ୱାସର କରୁଣା ପରିଣତି। ଅନ୍ଧ ବିଶ୍ୱାସର ପରିଣତି କେତେ ଯେ ଭୟଙ୍କର ହୋଇପାରେ ବଲାଙ୍ଗୀର ଦେଖିବାକୁ ମିଳିଛି। ଯୁବତୀଙ୍କ ମୁଣ୍ଡ ଭିତରେ ଥିଲା ମେଞ୍ଚାଏ ଛୁଞ୍ଚି। ଅପରେସନ କରି ମୁଣ୍ଡରୁ ଏକାଥରକେ ୭୦ଟି ଛୁଞ୍ଚି ବାହାର କଲେ ଡାକ୍ତର। ସମସ୍ତଙ୍କୁ ହତବାକ୍ କରିଦେବା ଭଳି ଏହି ଘଟଣା ବଲାଙ୍ଗୀରର। ଜଣେ ତାନ୍ତ୍ରିକ ସେହି ଯୁବତୀଙ୍କୁ ସୁସ୍ଥ କରିଦେବାକୁ କହି ତାଙ୍କ ମୁଣ୍ଡରେ ଛୁଞ୍ଚି ଫୋଡିଥିଲା। ଆଜି ବୁର୍ଲା ଭୀମସାରରେ ଝିଅଟିର ସଫଳ ଅପରେସନ କରାଯାଇ ଛୁଞ୍ଚିଗୁଡିକୁ ବାହାର କରାଯାଇଛି। ମୁଣ୍ଡ ଭିତରେ ୭୦ଟି ଛୁଞ୍ଚି ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଜଣେ ଯୁବତୀ ଅନେକ ଦିନରୁ ଅସ୍ବାଭାବିକ ଆଚରଣ କରୁଥିଲେ। ନିଜେ ନିଜର ହାତଗୋଡକୁ କାଟି ପକାଉଥିଲେ। ବାପାମାଆ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ରୋଗ ଜଣାପଡିବାରୁ ଭୂତ ପ୍ରେତ ସବାର ହୋଇଛି ଭାବି ଝିଅକୁ ଜଣେ ଗୁଣିଆ ପାଖକୁ ନେଇଯାଇଥିଲେ। ଏହାପରେ ଗୁଣିଆ ଜଣକ ଝିଅଟିକୁ ଭଲ କରିଦେବାକୁ କହି ତା’ ମୁଣ୍ଡରେ ଗୁଡାଏ ଛୁଞ୍ଚି ଫୋଡି ଦେଇଥିଲା। ଏମିତି ଅନେକ ଦିନ ଧରି ଗୁଣିଆ ଚିକିତ୍ସା ନାଁରେ ମୁଣ୍ଡ ଭିତରେ ଛୁଞ୍ଚି ଫୋଡୁଥିଲେ ହେଁ ଝିଅଟିର ଘର ଲୋକେ କେହି ଏକଥା ଜାଣିପାରି ନଥିଲେ।

Leave A Reply

Your email address will not be published.