ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବିକଲେ ସୂଚନା ଅଧିକାର କର୍ମୀ

0

ପାରାଦୀପ: ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାକୁ ଦୀର୍ଘ ୧୫ ହୋଇଥିଲେ ମଧ୍ୟ ଆଜି ଯାଏ ଏହାର ମାଲିକ କିଏ ? ଜାହାଜଟି ଲୁହାପଥର ନେଇ କେଉଁଠିକି ଯାଉଥିଲା? ଲୁହାପଥର କେଉଁଠୁ ଆସିଥିଲା? ଏସବୁ ଉପରୁ ପରଦା ଉଠି ପାରିନି। ଏବେ ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି ହେଉଛି । ସିବିଆଇ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ଏଥିରେ ବହୁ ବିଜେଡି ନେତା ସମ୍ପୃକ୍ତ ଥିବାରୁ ପୂର୍ବ ସରକାର ଚାପି ରଖିଥିଲେ। ପୂର୍ବରୁ ବିଜେପି ବ୍ଲାକରୋଜର ସିବିଆଇ ତଦନ୍ତ ପାଇଁ ଦାବି କରୁଥିଲା। ଏବେ ଦଳ ସରକାରକୁ ଆସିଥିବାରୁ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଉ ବୋଲି ଦାବି କରିଛନ୍ତି ସୂଚନା ଅଧିକାରୀ କର୍ମୀ।

୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ସମୁଦ୍ର ଉପକୂଳରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ଜାହାଜ ବ୍ଲାକରୋଜ। ଏହି ଜାହାଜରେ ଥିଲା ୨୩,୫୦୦ ମେଟ୍ରିକ ଟନ୍ ଲୁହାପଥର। ଏଥିରେ ଜାହାଜର ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।

ଦୀର୍ଘ ଦିନ ଧରି ଜାହାଜଟି ସମୁଦ୍ରରେ ପଡ଼ି ରହିଥିଲା।ଫଳରେ ସମୁଦ୍ରରେ ତେଲ ଭାସିଥିଲା। ହେଲେ ଏହି ଜାହାଜକୁ କୂଳକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଏବେ ଜାହାଜଟି ପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇଛି।ଜାହାଜଟି ଏବେ କେଉଁ ସ୍ଥାନରେ ରହିଛି? ଜାହାଜର ମାଲିକ କିଏ? ଏତେ ପରିମାଣର ଲୁହାପଥର ନେଇ ଜାହାଜଟି କେଉଁଠିକି ଯାଉଥିଲା? ଲୁହାପଥର କେଉଁଠୁ ଆସିଲା? ଏସବୁର ଖୋଳତାଡ଼ କରିବ ସିବିଆଇ।

Leave A Reply

Your email address will not be published.