ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବିକଲେ ସୂଚନା ଅଧିକାର କର୍ମୀ

0

ପାରାଦୀପ: ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାକୁ ଦୀର୍ଘ ୧୫ ହୋଇଥିଲେ ମଧ୍ୟ ଆଜି ଯାଏ ଏହାର ମାଲିକ କିଏ ? ଜାହାଜଟି ଲୁହାପଥର ନେଇ କେଉଁଠିକି ଯାଉଥିଲା? ଲୁହାପଥର କେଉଁଠୁ ଆସିଥିଲା? ଏସବୁ ଉପରୁ ପରଦା ଉଠି ପାରିନି। ଏବେ ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି ହେଉଛି । ସିବିଆଇ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ଏଥିରେ ବହୁ ବିଜେଡି ନେତା ସମ୍ପୃକ୍ତ ଥିବାରୁ ପୂର୍ବ ସରକାର ଚାପି ରଖିଥିଲେ। ପୂର୍ବରୁ ବିଜେପି ବ୍ଲାକରୋଜର ସିବିଆଇ ତଦନ୍ତ ପାଇଁ ଦାବି କରୁଥିଲା। ଏବେ ଦଳ ସରକାରକୁ ଆସିଥିବାରୁ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଉ ବୋଲି ଦାବି କରିଛନ୍ତି ସୂଚନା ଅଧିକାରୀ କର୍ମୀ।

୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ସମୁଦ୍ର ଉପକୂଳରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ଜାହାଜ ବ୍ଲାକରୋଜ। ଏହି ଜାହାଜରେ ଥିଲା ୨୩,୫୦୦ ମେଟ୍ରିକ ଟନ୍ ଲୁହାପଥର। ଏଥିରେ ଜାହାଜର ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।

ଦୀର୍ଘ ଦିନ ଧରି ଜାହାଜଟି ସମୁଦ୍ରରେ ପଡ଼ି ରହିଥିଲା।ଫଳରେ ସମୁଦ୍ରରେ ତେଲ ଭାସିଥିଲା। ହେଲେ ଏହି ଜାହାଜକୁ କୂଳକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଏବେ ଜାହାଜଟି ପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇଛି।ଜାହାଜଟି ଏବେ କେଉଁ ସ୍ଥାନରେ ରହିଛି? ଜାହାଜର ମାଲିକ କିଏ? ଏତେ ପରିମାଣର ଲୁହାପଥର ନେଇ ଜାହାଜଟି କେଉଁଠିକି ଯାଉଥିଲା? ଲୁହାପଥର କେଉଁଠୁ ଆସିଲା? ଏସବୁର ଖୋଳତାଡ଼ କରିବ ସିବିଆଇ।

Leave A Reply

Your email address will not be published.