ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ସର୍ଭର ଡାଉନ୍: ବିମାନ ସେବା ବାଧାପ୍ରାପ୍ତ

0

ନ୍ୟୁଜ୍ ବ୍ୟୁରୋ: ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହୋଇଯାଇଛି। ଏଥିପାଇଁ ବାଧାପ୍ରାପ୍ତ ହୋଇଛି ବିମାନ ସେବା। ଯେଉଁଥିରେ ଭାରତ ସହ ଅଷ୍ଟ୍ରେଲିଆ, ଆମେରିକା, ଜର୍ମାନୀ, ୟୁରୋପ ସବୁଠି ବିମାନସେବା ପ୍ରଭାବିତ ହୋଇଛି। ଯାହାକୁ ନେଇ ଭାରତ ଓ ସ୍ପାଇସଜେଟର ଏୟାରଲାଇନ୍ସ ଏହି କାରଣରୁ ବିମାନ ସେବାରେ ବାଧା ସୃଷ୍ଟି ହୋଇଛି ବୋଲି ଦର୍ଶାଇଛନ୍ତି। ବିମାନବନ୍ଦରରେ ଚେକ୍ ଇନ ଓ ଚେକ୍ ଆଉଟ୍ ସିଷ୍ଟମ ପୁରା ଠପ୍ ହୋଇଯାଇଥିବା ଜଣାପଡିଛି। ବୁକିଂ ସେବା ବି ପ୍ରଭାବିତ ହୋଇଥିବା ବେଳେ ଏଥିରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଆମେରିକା।

ଅନେକ ଦେଶରେ ଏହାକୁ ନେଇ ସରକାର ଜରୁରୀକାଳୀନ ବୈଠକ ମଧ୍ୟ ବସାଇଛନ୍ତି। ଭାରତରେ ମଧ୍ୟ ଏହାର ପ୍ରଭାବ ଜୋରଦାର ଦେଖାଦେଲାଣି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ଓଡିଶାର ଭୁବନେଶ୍ବର ବିମାନବନ୍ଦରରେ ମଧ୍ୟ ଏଥିପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଫଳରେ ମାନୁଆଲ ଭାବେ ଯାତ୍ରୀଙ୍କ ଚେକ୍‌ ଇନ୍‌ ହେଉଥିବା ସେ ପ୍ରକାଶ କରିଛନ୍ତି। ଏପରିକି ମାନୁଆଲି ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ଦିଆଯାଉଛି। ଏନେଇ ବିମାନ ଛାଡ଼ିବା ବିଳମ୍ବ ହେଉଥିବା ସୂଚନା ମିଳିଛି। ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଯାହାକୁ ନେଇ ଭାରତ ସରକାର ମାଇକ୍ରୋସଫ୍ଟ ସହ ସମ୍ପର୍କ କରିଛନ୍ତି । କିପରି ଏହାର ସମାଧାନ କରାଯିବ ସେନେଇ ପ୍ରଚେଷ୍ଟା ଚାଲିଛି।

ତେବେ ସାଇବର ସିକ୍ୟୁରିଟି ପ୍ଲାଟଫର୍ମ କ୍ରାଉଡଷ୍ଟ୍ରାଇକରେ କିଛି ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ଯେଉଁଥିରେ ସବୁଠୁ ଅଧିକ ଆମେରିକା ପ୍ରଭାବିତ ହୋଇଛି। ଆମେରିକାର ଅନେକ ସ୍ଥାନରେ ଜରୁରୀକାଳୀନ ସେବା ୯୧୧ ବି ପ୍ରଭାବିତ ହୋଇଛି। ଯେଉଁ କାରଣରୁ କଲ୍ ସେଣ୍ଟର ବି ପ୍ରଭାବିତ ହୋଇଛି। ତେବେ ଖାଲି ଯେ ବିମାନସେବା ତାହା ନୁହେଁ, ବ୍ୟାଙ୍କିଙ୍ଗ, ଟେଲିକମ୍, ମିଡିଆ ଆଉଟଲେଟ୍ ସେବା ବି ପ୍ରଭାବିତ ହୋଇଛି। ଏମିତିକି ବ୍ରିଟେନରେ ଟିଭି ଚ୍ୟାନେଲ, ଟ୍ରେନ୍ ସେବା, ଷ୍ଟକ ମାର୍କେଟ ସବୁ ଠପ୍। ସେପଟେ ଟେସଲା ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଚି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

ସୂଚନାଯୋଗ୍ୟ, ମାଇକ୍ରୋସଫ୍ଟ ସର୍ଭରରେ ତ୍ରୁଟି ଯୋଗୁ ବିମାନ ସେବା ଯୋଗାଉଥିବା ୩ଟି ବିମାନ କମ୍ପାନୀର ସର୍ଭର ଏକ ପ୍ରକାର ଠପ୍‌ ହୋଇଯାଇଛି। ଫଳରେ ଇଣ୍ଡିଗୋ, ଆକାଶ ଏୟାର ଏବଂ ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍ସର ଓ୍ବେବ ଚେକ୍‌ ଇନ୍‌ରେ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ସମେତ ଦେଶର ଅନେକ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି।

Leave A Reply

Your email address will not be published.