ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ଅନ୍ଧବିଶ୍ୱାସର କରୁଣା ପରିଣତି: ଯୁବତୀଙ୍କ ମୁଣ୍ଡରୁ ବାହାରିଲା ୭୦ଟି ଛୁଞ୍ଚି

0

ବଲାଙ୍ଗୀର: ଅନ୍ଧବିଶ୍ୱାସର କରୁଣା ପରିଣତି। ଅନ୍ଧ ବିଶ୍ୱାସର ପରିଣତି କେତେ ଯେ ଭୟଙ୍କର ହୋଇପାରେ ବଲାଙ୍ଗୀର ଦେଖିବାକୁ ମିଳିଛି। ଯୁବତୀଙ୍କ ମୁଣ୍ଡ ଭିତରେ ଥିଲା ମେଞ୍ଚାଏ ଛୁଞ୍ଚି। ଅପରେସନ କରି ମୁଣ୍ଡରୁ ଏକାଥରକେ ୭୦ଟି ଛୁଞ୍ଚି ବାହାର କଲେ ଡାକ୍ତର। ସମସ୍ତଙ୍କୁ ହତବାକ୍ କରିଦେବା ଭଳି ଏହି ଘଟଣା ବଲାଙ୍ଗୀରର। ଜଣେ ତାନ୍ତ୍ରିକ ସେହି ଯୁବତୀଙ୍କୁ ସୁସ୍ଥ କରିଦେବାକୁ କହି ତାଙ୍କ ମୁଣ୍ଡରେ ଛୁଞ୍ଚି ଫୋଡିଥିଲା। ଆଜି ବୁର୍ଲା ଭୀମସାରରେ ଝିଅଟିର ସଫଳ ଅପରେସନ କରାଯାଇ ଛୁଞ୍ଚିଗୁଡିକୁ ବାହାର କରାଯାଇଛି। ମୁଣ୍ଡ ଭିତରେ ୭୦ଟି ଛୁଞ୍ଚି ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଜଣେ ଯୁବତୀ ଅନେକ ଦିନରୁ ଅସ୍ବାଭାବିକ ଆଚରଣ କରୁଥିଲେ। ନିଜେ ନିଜର ହାତଗୋଡକୁ କାଟି ପକାଉଥିଲେ। ବାପାମାଆ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ରୋଗ ଜଣାପଡିବାରୁ ଭୂତ ପ୍ରେତ ସବାର ହୋଇଛି ଭାବି ଝିଅକୁ ଜଣେ ଗୁଣିଆ ପାଖକୁ ନେଇଯାଇଥିଲେ। ଏହାପରେ ଗୁଣିଆ ଜଣକ ଝିଅଟିକୁ ଭଲ କରିଦେବାକୁ କହି ତା’ ମୁଣ୍ଡରେ ଗୁଡାଏ ଛୁଞ୍ଚି ଫୋଡି ଦେଇଥିଲା। ଏମିତି ଅନେକ ଦିନ ଧରି ଗୁଣିଆ ଚିକିତ୍ସା ନାଁରେ ମୁଣ୍ଡ ଭିତରେ ଛୁଞ୍ଚି ଫୋଡୁଥିଲେ ହେଁ ଝିଅଟିର ଘର ଲୋକେ କେହି ଏକଥା ଜାଣିପାରି ନଥିଲେ।

Leave A Reply

Your email address will not be published.