ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବୋଲବମ୍ ଯାତ୍ରା ପାଇଁ ଯୋଗୀ ସରକାରଙ୍କ ନୂଆ ନିର୍ଦ୍ଦେଶ

0

ଉତ୍ତରପ୍ରଦେଶ; ବୋଲବମ୍ ଯାତ୍ରା ପାଇଁ ଯୋଗୀ ସରକାରଙ୍କ ନୂଆ ନିର୍ଦ୍ଦେଶ। କାଉଡିଆ ଯିବା ମାର୍ଗରେ ସମସ୍ତ ଭୋଜନାଳୟ ମାଲିକ ଦେବେ ସବିଶେଷ ତଥ୍ୟ। କାଉଡିଆଙ୍କ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କଲେ ଉତରପ୍ରଦେଶ ସରକାର। ଯେଉଁମାର୍ଗ ଦେଇ କାଉଡିଆ ଯିବେ ସେହି ମାର୍ଗରେ ଥିବା ସମସ୍ତ ଭୋଜନାଳୟ ମାଲିକଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଭୋଜାନାଳୟ ମାଲିକମାନେ ଦୋକାନରେ ନିଜ ନାଁ, କ୍ୟୁଆର କୋର୍ଡ ଓ ଫୋନ ନମ୍ବର ଲଗାଇବେ। ଜୁଲାଇ ୨୨ରୁ ଆରମ୍ଭ ହେବ ଶ୍ରାବଣ ମାସର ବହୁ ପବିତ୍ର ବୋଲବମ ଯାତ୍ରା।

ଶ୍ରଦ୍ଧାଳୁ ଏହା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ମୁସଲିମ ବ୍ୟବସାୟ ବେଶ ବଦଳାଇ ଖାଦ୍ୟ ବିକ୍ରି କରୁଛନ୍ତି। ଶାକହାରୀ ନାଁରେ ମାଂସାହାରୀ ଖାଦ୍ୟ ବିକି ସେମାନଙ୍କ ଆସ୍ଥା ଉପରେ କୁଟାରଘାତ କରୁଛନ୍ତି। ତେଣୁ ସରକାର ଏନେଇ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ।ତେବେ ଏହାକୁ ବିରୋଧ କରିଛି କଂଗ୍ରେସ। ଏହା ଦ୍ବାରା ସାମ୍ପ୍ରଦାୟିକ ହିଂସା ଉପଜିବା ସମ୍ଭାବନା ରହିଛି । ସେପଟେ କାଉଡିଆଙ୍କ ପାଇଁ ଯୋଗୀ ସରକାରଙ୍କ ଏହି ନିଷ୍ପତି ଏନଡିଏ ମେଂଟକୁ ହଲଚଲ କରିଛି। ସହଯୋଗୀ ଦଳ ଜେଡିୟୁ ନିଷ୍ପତି ଉପରେ ପୁଣି ସମୀକ୍ଷା କରିବାକୁ ପରାର୍ମଶ ଦେଇଛି ସେପେଟେ ଆରଏଲଡି ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛି।

Leave A Reply

Your email address will not be published.