ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଗବେଷଣା କରିବେ ଶିଭାଜିତ

0

ବୀରମହାରାଜପୁର: ସଂଘର୍ଷ କଲେ ସଫଳତାର ଶୀର୍ଷରେ ପହଞ୍ଚିବାର ସୁଯୋଗ ମିଳେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି, ବୀରମହାରାଜପୁରର ଜଣେ ଯୁବକ। ସଫଳତାର ଶିଖରକୁ ପହଞ୍ଚିବାକୁ ପ୍ରୟାସ କରିଥିବା ଯୁବକ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଶିଭାଜିତ ଚାନ୍ଦ। ବାପା ଶ୍ରୀନିବାସ ଚାନ୍ଦ ଜଣେ ଓକିଲ ହୋଇଥିବାବେଳେ ମା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ। ପିଲାଟି ଦିନରୁ ପ୍ରତିକୂଳ ପରିସ୍ଥିତିରେ ବି କିଛି କରି ଦେଖାଇବାକୁ ପ୍ରୟାସ ଆରମ୍ଭ କରିଥିବା ଶିଭାଜିତ ଏବେ ସଫଳତାର ଶେଷ ପାହାଚରେ ପହଞ୍ଚି ପାରିଛନ୍ତି। ସ୍ବିଡେନରେ ସଫଳତାର ସହ ଡିଗ୍ରୀ ହାସଲ କରି ଏବେ ସୁଦୂର ଜର୍ମାନୀରେ ଗବେଷଣା କ୍ଷେତ୍ରରେ ପାଦ ଥାପିଛନ୍ତି। ତାହା ପୁଣି ସାଂପ୍ରତିକ ସମୟର ବେଶୀ ଚର୍ଚ୍ଚାରେ ଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ଉପରେ। ଯାହାକୁ ନେଇ ସେ ଖୁସି ବ୍ୟକ୍ତ କରିବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଦାୟୀ।

ଶିଭାଜିତ ବୀରମହାରାଜପୁରରେ ନିଜର ଅଧ୍ୟୟନ ଆରମ୍ଭ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ବାହାରେ ରହି ଶିକ୍ଷା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଟେକ୍ନୋଲଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବିଡେନର ଚାଲମର ୟୁନିଭର୍ସିଟି ଅଫ୍‌ ଟେକ୍ନୋଲଜିରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏବେ ଏଆଇ କ୍ଷେତ୍ରରେ ସେ ଜଣେ ଜୁନିଅର ବୈଜ୍ଞାନିକ ଭାବରେ ଜର୍ମାନୀରେ ଯୋଗ ଦେବେ। ଯାହାକୁ ନେଇ ପୂରା ପରିବାର ବେଶ ଖୁସି ଓ ଗର୍ବ ଅନୁଭବ କରିବା ସହିତ ତାଙ୍କ ପରିଶ୍ରମ ଫଳରେ ଆଜି ଶିଭାଜିତ ଏହି ସ୍ଥାନକୁ ପହଞ୍ଚିଛନ୍ତି ବୋଲି କହିଛନ୍ତି ପରିବାର ଲୋକ।

Leave A Reply

Your email address will not be published.