ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଓଲଟିଲା ବସ୍ ଅଳ୍ପକେ ବର୍ତ୍ତିଲେ କାଉଡିଆ

0

ଯାଜପୁର: ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ଶିବଭକ୍ତ। ଏଭଳି ଘଟଣା ଘଟିଛି ଯାଜପୁର ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ। ଦୁର୍ଘଟଣାରେ ୧୭ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ କାହାର ଜୀବନ ହାନି ହୋଇନାହିଁ। ଆହତଙ୍କୁ ଚିକିତ୍ସା ନିମନ୍ତେ ଯାଜପୁର ଟାଉନ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍ ହେଲପରଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଥିବା ସୂଚନା ମିଳିଛିl ବସ୍‌ଟି କେନ୍ଦୁଝରରୁ ଭଦ୍ରକ ଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଶିବଙ୍କୁ ଜଳ ଲାଗି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ। କାଉଡିଆ ମାନେ ମନ୍ଦିରରେ ଧାଡି ହୋଇ ଶିବକଙ୍କୁ ଜଳଲାଗି କରୁଛନ୍ତି। ଏହି ଉଦ୍ଦେଶ୍ୟରେ ଏକ ବସ୍‌ ଯୋଗେ କେନ୍ଦୁଝର ଆନନ୍ଦପୁର ଅଞ୍ଚଳରୁ କାଉଡିଆ ମାନେ ଭଦ୍ରକ ଆସୁଥିଲେ।

କିନ୍ତୁ ଭଦ୍ରକରେ ପହଞ୍ଚିବା ପୂର୍ବରୁ ଯାଜପୁରରେ ବୋଲବମ ବସ୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା। ଚାନ୍ଦପୁର ଛକରେ ବସଟି କୌଣସି କାରଣରୁ ରାସ୍ତାର ଡିଭାଇଡର ଉପରକୁ ଚଢି ଓଲଟିଲା ପଡ଼ିଥିଲା। ଫଳରେ ବସରେ ଥିବା ୧୭ଜଣ ଭକ୍ତ ସାମାନ୍ୟ ଆହତ ହୋଇଥିଲେ। ଏନେଇ ଖବର ପାଇ ପୋଲିସ ସହ ହେଲ୍ପିଙ୍ଗ୍ ଗ୍ରୁପର ସଦସ୍ୟମାନେ ଘଟଣାସ୍ଥଳରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ।

Leave A Reply

Your email address will not be published.