ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ରାଜଧାନୀରେ ନକଲି ଟମାଟୋ ସସ୍ ଫ୍ୟାକ୍ଟ୍ରି ଠାବ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନକଲି ଟମାଟୋ ସସ୍ ଫ୍ୟାକ୍ଟ୍ରିରେ ବଡ଼ ଧରଣର ରେଡ଼। ରେଡ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ। ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ସହାୟତାରେ ଚଢ଼ାଉ କରିଛି ସ୍ପେଶାଲ ସ୍କ୍ୱାଡ। ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ସସ୍, ରଙ୍ଗ, କଞ୍ଚାମାଲ ଜବତ କରାଯାଇଛି। ସସ୍ ତିଆରି ହେଉଥିବା କିଛି ମେସିନ ମଧ୍ୟ ଜବତ କରାଯାଇଛି।
କଟକରେ ନକଲି ଚା’ ପତି କାରଖାନା ଧରାପଡ଼ିବା ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ରେଡ଼ ହୋଇଛି ନକଲି ଟମାଟୋ ସସ୍।

ରାଜଧାନୀରେ ବେଧଡକ ଭାବେ ନାଳ ପାଣିରେ ତିଆରି ହେଉଥିଲା ସସ। ଯାହାକୁ ଖାଇ ମାରାତ୍ମକ ରୋଗର ଶିକାର ହେଉଥିଲେ ଲୋକେ। ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ଆଜି ସ୍କ୍ୱାଡ ପକ୍ଷରୁ ଚଢ଼ାଉ କରାଯାଇଛି। ମୁଖ୍ୟ କାର୍ପଟଦାରକୁ କାବୁ କରି ଅଧିକ ପଚରାଉଚରା କରୁଛି ପୋଲିସ। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପହଂଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ସେପଟେ ଏତେ ଦିନ ଧରି ଏହି ଜାଗାରେ ନକଲି ଫ୍ୟାକ୍ଟ୍ରି ଚାଲୁଥିବା ବେଳେ ସ୍ଥାନୀୟ ପୋଲିସ କିଭଳି ଖବର ପାଉନଥିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.