ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବଜେଟରେ ବିହାର ଓ ଆନ୍ଧ୍ରପ୍ରଦେଶରକୁ ପୁରସ୍କାର, ଓଡିଶାକୁ ଅଣଦେଖା

0

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ବିଜେପି ଦୁଇ ପ୍ରମୁଖ ସହଯୋଗୀ ଦଳର ସମର୍ଥନରେ କେନ୍ଦ୍ରରେ କ୍ଷମତାର ତୃତୀୟ ପାଳି ଆରମ୍ଭ କରିଛି। ଏକକ ବହୁମତଠାରୁ ପଛରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ପାର୍ଟି ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବାଧୀନ ସଂଯୁକ୍ତ ଜନତା ଦଳ ।

ତେବେ ଆଜି ମୋଦି ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ନିର୍ବାଚନୀ ଫଳାଫଳର ଛାପ ସହ ଉଭୟ ନେତାଙ୍କ ଦବଦବା ସ୍ପଷ୍ଟ ଦେଖିବାକୁ ମିଳିଛି। ବଜେଟରେ ହାତଖୋଲା ଅନୁଦାନ ପାଇଛନ୍ତି ଉଭୟ ରାଜ୍ୟ। ବିହାରକୁ ଭିତ୍ତିଭୂମି ଓ ବନ୍ୟା ନିୟନ୍ତ୍ରଣ ପାଇଁ ମିଳିଛି ପ୍ରାୟ ୫୯ ହଜାର କୋଟିର ଅନୁଦାନ। ସେହିପରି ଚନ୍ଦ୍ରବାବୁ ମଧ୍ୟ ରେକର୍ଡ ପରିମାଣାର ଅନୁଦାନ ହାତେଇଛନ୍ତି। ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ସହ ଆନ୍ଧ୍ର ହାତେଇଛି ୧୫ ହଜାର କୋଟିର ଅନୁଦାନ ରାଶି। ସେଥିପାଇଁ ବିହାର ଓ ଆନ୍ଧ୍ରପ୍ରଦେଶର ମେଣ୍ଟ ସହଯୋଗୀଙ୍କୁ ପୁରସ୍କାର ମିଳିଥିବା ବିଜେଡି ସାଂସଦ ସସ୍ମିତ ପାତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ବଜେଟ ଓଡ଼ିଶା ପାଇଁ ନିରାଶାଜନକ ରହିଛି। ପର୍ଯ୍ୟଟନ ବିକାଶ ନାଁରେ ନାମକୁ ମାତ୍ର ଅନୁଦାନ ଘୋଷଣା କରିଛି କେନ୍ଦ୍ର। ବଜେଟରେ ଗରିବୀ, ଦାରିଦ୍ର୍ୟତା, ଅସମାନତା, ବେକାରୀ ସମସ୍ୟା , ଦରବୃଦ୍ଧି ଓ ମୁଦ୍ରାସ୍ଫୀତି ଭଳି ସମସ୍ୟାର ସମାଧାନ କରାଯାଇନାହିଁ। ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିବା କହି ନିଜେ ନିଜର ପ୍ରଶଂସା କରିଛନ୍ତି ସରକାର। ହେଲେ କୌଣସି ସାମଗ୍ରୀର ଦର ହ୍ରାସ ପାଇ ନାହିଁ। ଅନେକ ଅତ୍ୟାବଶକ ସାମଗ୍ରୀର ଦର କିଛି ବର୍ଷ ମଧ୍ୟରେ ଦୁଇଗୁଣା ହୋଇଛି।

ବଜେଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି ସରକାର। ଆସାମକୁ ବନ୍ୟା ନିୟନ୍ତ୍ରଣ ଲାଗି ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିଥିଲେ ମଧ୍ୟ କୌଣସି ସ୍ଵତନ୍ତ୍ର ଫଣ୍ଡ ଘୋଷଣା କରାଯାଇନାହିଁ। ଓଡ଼ିଶାବାସୀଙ୍କ ମୌଳିକ ସମସ୍ୟାକୁ ଉପେକ୍ଷା କରାଯାଇଛି। ଓଡ଼ିଶା ଖଣି କ୍ଷେତ୍ରରେ କେନ୍ଦ୍ରକୁ ହଜାର ହଜାର କୋଟିର ରାଜସ୍ଵ ପ୍ରଦାନ କରୁଛି। ଏହା ସତ୍ଵେ ଓଡ଼ିଶାକୁ ଅବହେଳା କରାଯାଇଛି।

Leave A Reply

Your email address will not be published.