ପ୍ରମୁଖ ଖବର

କଂଗ୍ରେସର ଉଗ୍ର ରୂପ, ଭକ୍ତ-ତାରା-ମୋକିମଙ୍କୁ ଉଠାଇ ନେଲା ପୋଲିସ
ଆଉ ୮ଟି ସହରରେ ‘ଆମ ବସ୍’ ଗଡ଼ିବ, ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକଙ୍କୁ ବସ୍ ସେବା ଯୋଗାଇ ଦିଆଯିବ
କ୍ଷତିରେ ଚାଲୁଛି OSRTC, ୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି
ବର୍ଷକରେ ୨୬୩ ପଡା ଗାଁକୁ ମିଳିଛି ରାଜସ୍ୱ ଗାଁ ମାନ୍ୟତା
ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ
ମିଶରର ଲାଲ ସାଗରରେ ଏକ ପର୍ଯ୍ୟଟକ ବୁଡ଼ାଜାହାଜ ବୁଡ଼ିଯିବାରୁ ଛଅ ଜଣଙ୍କର ମୃତ୍ୟୁ
କମ୍‌ ରୋଜଗାର ଥିଲେ କଟିବନି ରାସନକାର୍ଡ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ଶହୀଦ, ୫ ଆହତ

୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ

0

ନୂଆଦିଲ୍ଲୀ: ଏଥର ୨୦୨୪-୨୫ ବଜେଟରେ ବ୍ୟକ୍ତିଗତ ଆୟକର ସୀମା ଘୋଷଣା କଲେ ଅର୍ଥମନ୍ତ୍ରୀ। ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ। ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ ରହିଛି। ୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫% ରହିଛି। ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦% ରହିଛି। ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫% ରହିବ। ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%। ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ରହିଛି। ତେବେ ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ପୁଞ୍ଜି ଲାଭ ଉପରେ ଟିକସ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ବିଶେଷ ଭାବରେ, ଇକ୍ୱିଟି ଉପରେ ଦୀର୍ଘମିଆଦି ପୁଞ୍ଜି ଲାଭ ବା ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ ଟିକସକୁ ୧୦% ରୁ ୧୨.୦୫% ​​କୁ ବୃଦ୍ଧି କରିଛନ୍ତି । ଏହା ସହିତ ସ୍ୱଳ୍ପ ମିଆଦି ପୁଞ୍ଜି ଲାଭ ଟ୍ୟାକ୍ସକୁ ୧୫% ରୁ ୨୦% କୁ ବୃଦ୍ଧି କରାଯାଇଛି। ତେବେ ଦୀର୍ଘମିଆଦି ପୁଞ୍ଜି ଲାଭ ଟିକସ ଛାଡ ସୀମା ମଧ୍ୟ ୧ ଲକ୍ଷରୁ ୧,୨୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଯାହା ଏବେ ଷ୍ଟକ ମାର୍କେଟର ନିବେଶକାରୀଙ୍କ ମୁଣ୍ଡରେ ଚଡକ ପକାଇଛି।

Leave A Reply

Your email address will not be published.