ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ

0

ନୂଆଦିଲ୍ଲୀ: ଏଥର ୨୦୨୪-୨୫ ବଜେଟରେ ବ୍ୟକ୍ତିଗତ ଆୟକର ସୀମା ଘୋଷଣା କଲେ ଅର୍ଥମନ୍ତ୍ରୀ। ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ। ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ ରହିଛି। ୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫% ରହିଛି। ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦% ରହିଛି। ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫% ରହିବ। ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%। ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ରହିଛି। ତେବେ ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ପୁଞ୍ଜି ଲାଭ ଉପରେ ଟିକସ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ବିଶେଷ ଭାବରେ, ଇକ୍ୱିଟି ଉପରେ ଦୀର୍ଘମିଆଦି ପୁଞ୍ଜି ଲାଭ ବା ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ ଟିକସକୁ ୧୦% ରୁ ୧୨.୦୫% ​​କୁ ବୃଦ୍ଧି କରିଛନ୍ତି । ଏହା ସହିତ ସ୍ୱଳ୍ପ ମିଆଦି ପୁଞ୍ଜି ଲାଭ ଟ୍ୟାକ୍ସକୁ ୧୫% ରୁ ୨୦% କୁ ବୃଦ୍ଧି କରାଯାଇଛି। ତେବେ ଦୀର୍ଘମିଆଦି ପୁଞ୍ଜି ଲାଭ ଟିକସ ଛାଡ ସୀମା ମଧ୍ୟ ୧ ଲକ୍ଷରୁ ୧,୨୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଯାହା ଏବେ ଷ୍ଟକ ମାର୍କେଟର ନିବେଶକାରୀଙ୍କ ମୁଣ୍ଡରେ ଚଡକ ପକାଇଛି।

Leave A Reply

Your email address will not be published.