ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ରେଳର ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ

0

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲାମେଣ୍ଟରେ ୨୦୨୪-୨୫ ଆର୍ଥିକବର୍ଷର ବେଜଟ୍‌ ଉପସ୍ଥାପନ କରିଛନ୍ତି। ଏଥର ରେଳକୁ ୨.୬୨ ଲକ୍ଷ କୋଟି ଅନୁଦାନ ମିଳିଛି। ତେବେ ଓଡ଼ିଶାରେ ରେଳର ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ମିଳିଛି। ଯାହା ଗତ ବାର୍ଷିକ ଅନୁଦାନଠାରୁ ପ୍ରାୟ ୫ ଶହ କୋଟି ଅଧିକ ।ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ସୂଚନା ଦେଇଛନ୍ତି।

ପ୍ରେସମିଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେବା ସହ ଏହା ଏକ ରେକର୍ଡସଂଖ୍ୟକ ଅନୁଦାନ ବୋଲି କହିଛନ୍ତି । ଓଡିଶାର ରେଳ ଭିତ୍ତିଭୂମି ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବତନ୍ତ୍ର ଫୋକସ ରହିଛି କହିଛନ୍ତି ରେଳମନ୍ତ୍ରୀ । ସେ ଆହୁରି କହିଛନ୍ତି, କଂଗ୍ରେସ ନେତୃତ୍ବାଧୀନ ‘ଉପା’ ସରକାର ବେଳେ ରାଜ୍ୟକୁ ବାର୍ଷିକ ୮୩୮ କୋଟିର ରେଳ ଅନୁଦାନ ମିଳୁଥିଲା । ଏବେ ଓଡ଼ିଶାକୁ ‘ୟୁପିଏ’ ସରକାର ତୁଳନାରେ ୧୨ଗୁଣା ଅଧିକ ଅନୁଦାନ ମିଳୁଛି । ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍‌କରଣ କାର୍ଯ୍ୟ ମଧ୍ୟ ସରିଛି । ରାଜ୍ୟରେ ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ଅଣ୍ଡର ପାସ୍‌ ନିର୍ମାଣ ହୋଇଛି । ରାଜ୍ୟରେ ୫୯ ଟି ରେଳ ଷ୍ଟେସନର ଭିତ୍ତିଭୂମି ସୁଦୃଢୀକରଣ କାର୍ଯ୍ୟ ଚାଲୁ ରହିଛି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.