ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଶାସ୍ତ୍ରୀୟ ମାନ୍ୟତା ତାଲିକାରେ ଓଡ଼ିଆ ଭାଷା

0

ନୂଆଦିଲ୍ଲୀ: ୬ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ତାଲିକାରେ ଓଡ଼ିଆ ଭାଷା ସ୍ଥାନ ପାଇଛି। କେନ୍ଦ୍ର ସଂସସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌‌ କହିଛନ୍ତି, ୬ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଶେଖାୱତ୍‌‌ କହିଛନ୍ତି, ତାମିଲ୍‌‌, ସଂସ୍କୃତ, କନ୍ନଡ, ତେଲୁଗୁ, ମାଲାୟଲମ୍‌‌ ଏବଂ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। କେନ୍ଦ୍ର ସରକାର ଏହିସବୁ ଭାଷା ଗୁଡ଼ିକର ବିକାଶ ସମେତ ସମସ୍ତ ଭାରତୀୟ ଭାଷାର ଉନ୍ନତି ଲାଗି କାର୍ଯ୍ୟ କରୁଛନ୍ତି।

ସେ କହିଛନ୍ତି, ଜାତୀୟ ଶିକ୍ଷାନୀତି ୨୦୨୦ରେ ସମସ୍ତ ଭାରତୀୟ ଭାଷାର ଯଥେଷ୍ଟ ବିକାଶ ଲାଗି ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ ସମସ୍ତ ଭାଷା ସମେତ କନ୍ନଡ଼, ତେଲୁଗୁ, ମାଲାୟଲମ୍‌‌ ଏବଂ ଓଡ଼ିଆ ଭାଷାର ବିକାଶ ଲାଗି ନିରନ୍ତର କାର୍ଯ୍ୟ କରୁଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଭାଷାର ଅଧିକରୁ ଅଧିକ ବ୍ୟବହାର ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି।

Leave A Reply

Your email address will not be published.