ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଶାସ୍ତ୍ରୀୟ ମାନ୍ୟତା ତାଲିକାରେ ଓଡ଼ିଆ ଭାଷା

0

ନୂଆଦିଲ୍ଲୀ: ୬ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ତାଲିକାରେ ଓଡ଼ିଆ ଭାଷା ସ୍ଥାନ ପାଇଛି। କେନ୍ଦ୍ର ସଂସସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌‌ କହିଛନ୍ତି, ୬ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଶେଖାୱତ୍‌‌ କହିଛନ୍ତି, ତାମିଲ୍‌‌, ସଂସ୍କୃତ, କନ୍ନଡ, ତେଲୁଗୁ, ମାଲାୟଲମ୍‌‌ ଏବଂ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। କେନ୍ଦ୍ର ସରକାର ଏହିସବୁ ଭାଷା ଗୁଡ଼ିକର ବିକାଶ ସମେତ ସମସ୍ତ ଭାରତୀୟ ଭାଷାର ଉନ୍ନତି ଲାଗି କାର୍ଯ୍ୟ କରୁଛନ୍ତି।

ସେ କହିଛନ୍ତି, ଜାତୀୟ ଶିକ୍ଷାନୀତି ୨୦୨୦ରେ ସମସ୍ତ ଭାରତୀୟ ଭାଷାର ଯଥେଷ୍ଟ ବିକାଶ ଲାଗି ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ ସମସ୍ତ ଭାଷା ସମେତ କନ୍ନଡ଼, ତେଲୁଗୁ, ମାଲାୟଲମ୍‌‌ ଏବଂ ଓଡ଼ିଆ ଭାଷାର ବିକାଶ ଲାଗି ନିରନ୍ତର କାର୍ଯ୍ୟ କରୁଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଭାଷାର ଅଧିକରୁ ଅଧିକ ବ୍ୟବହାର ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି।

Leave A Reply

Your email address will not be published.