ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ରତ୍ନ ଭଣ୍ଡାର ଅଳଙ୍କାର ଗଣତି,ମଣତି ପାଇଁ ଏସଓପି ଇସ୍ୟୁ ହୋଇସାରିଛି

0

ପୁରୀ: ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନ ଭଣ୍ଡାରର ଥିବା ଅଳଙ୍କାର ଗୁଡ଼ିକର ଗଣତି,ମଣତି ପାଇଁ ଏସଓପି ଇସ୍ୟୁ ହୋଇସାରିଛି। ଏଏସଆଇ ମରାମତି କରି ସାର୍ଟିଫିକେଟ୍‌ ଦେଲେ ରତ୍ନଭଣ୍ଡାର ଗଣତି, ମଣତି ହେବ। ରତ୍ନଭଣ୍ଡାର ଗଣତି, ମଣତି ନେଇ ଜଷ୍ଟିସ ବିଶ୍ବନାଥ ରଥ ଦେଲେ ସୂଚନା। ମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି ବୋଲି କହିଲେ ଜଷ୍ଟିସ ରଥ।

ଜଷ୍ଟିସ ରଥଙ୍କ କହିବା ଅନୁସାରେ, ମରାମତିରେ ବ୍ରେକର ଲାଗି ପାରିବନି, ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସେହିପରି ଏସଓପି କନଫିଡେନ୍ସିଆଲ ରହିଛି। ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କହିଛନ୍ତି ଜଷ୍ଟିସ ରଥ।

ପୂର୍ବରୁ ଜଷ୍ଟିସ ରଥ କହିଥିଲେ ଯେ, ଭଣ୍ଡାର ଖୋଲି ସାରିଛି ଏବେ ପ୍ରଥମେ ଏହାର ମରାମତି ରକ୍ଷଣାବେକ୍ଷଣ କାମ ହେବ। ପରେ ହେବ ଗଣତି ମଣତି। ଭଣ୍ଡାର ଘର ବ୍ୟତୀତ ଅନ୍ୟ କେଉଁଠାରେ ଗଣତି ହେଲେ ସାଧାରଣ ଲୋକଙ୍କ ନଜର ସେଥିରେ ପଡିବ ଯାହାକି ଠିକ୍ ହେବ ନାହିଁ। ବହୁ ପୁରାତନ ମନ୍ଦିର ଗୃହ ତେଣୁ ସାଧରଣ ଗୃହ ଭଳି ନୁହଁ ଅତି ଯତ୍ନବାନ୍ ଭାବେ ଏହାର ମରାମତି ଆବଶ୍ୟକ ବୋଲି କହିଛନ୍ତି ବିଶ୍ବନାଥ ରଥ।

Leave A Reply

Your email address will not be published.