ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ରତ୍ନ ଭଣ୍ଡାର ଅଳଙ୍କାର ଗଣତି,ମଣତି ପାଇଁ ଏସଓପି ଇସ୍ୟୁ ହୋଇସାରିଛି

0

ପୁରୀ: ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନ ଭଣ୍ଡାରର ଥିବା ଅଳଙ୍କାର ଗୁଡ଼ିକର ଗଣତି,ମଣତି ପାଇଁ ଏସଓପି ଇସ୍ୟୁ ହୋଇସାରିଛି। ଏଏସଆଇ ମରାମତି କରି ସାର୍ଟିଫିକେଟ୍‌ ଦେଲେ ରତ୍ନଭଣ୍ଡାର ଗଣତି, ମଣତି ହେବ। ରତ୍ନଭଣ୍ଡାର ଗଣତି, ମଣତି ନେଇ ଜଷ୍ଟିସ ବିଶ୍ବନାଥ ରଥ ଦେଲେ ସୂଚନା। ମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି ବୋଲି କହିଲେ ଜଷ୍ଟିସ ରଥ।

ଜଷ୍ଟିସ ରଥଙ୍କ କହିବା ଅନୁସାରେ, ମରାମତିରେ ବ୍ରେକର ଲାଗି ପାରିବନି, ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସେହିପରି ଏସଓପି କନଫିଡେନ୍ସିଆଲ ରହିଛି। ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କହିଛନ୍ତି ଜଷ୍ଟିସ ରଥ।

ପୂର୍ବରୁ ଜଷ୍ଟିସ ରଥ କହିଥିଲେ ଯେ, ଭଣ୍ଡାର ଖୋଲି ସାରିଛି ଏବେ ପ୍ରଥମେ ଏହାର ମରାମତି ରକ୍ଷଣାବେକ୍ଷଣ କାମ ହେବ। ପରେ ହେବ ଗଣତି ମଣତି। ଭଣ୍ଡାର ଘର ବ୍ୟତୀତ ଅନ୍ୟ କେଉଁଠାରେ ଗଣତି ହେଲେ ସାଧାରଣ ଲୋକଙ୍କ ନଜର ସେଥିରେ ପଡିବ ଯାହାକି ଠିକ୍ ହେବ ନାହିଁ। ବହୁ ପୁରାତନ ମନ୍ଦିର ଗୃହ ତେଣୁ ସାଧରଣ ଗୃହ ଭଳି ନୁହଁ ଅତି ଯତ୍ନବାନ୍ ଭାବେ ଏହାର ମରାମତି ଆବଶ୍ୟକ ବୋଲି କହିଛନ୍ତି ବିଶ୍ବନାଥ ରଥ।

Leave A Reply

Your email address will not be published.