ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ବଦଳିଲା ଦର୍ବାର ହଲ୍ ଓ ଅଶୋକା ହଲର ନାମ

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ଦର୍ବାର ହଲ୍ ଏବଂ ଅଶୋକା ହଲ୍ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଦର୍ବାର ହଲ୍ ‘ଗଣତନ୍ତ୍ର ମଣ୍ଡପ’ ଏବଂ ଅଶୋକ ହଲ୍ ‘ଅଶୋକ ମଣ୍ଡପ’ ନାମରେ ପରିଚିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାମ ପରିବର୍ତ୍ତନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

ସୂଚନା ଅନୁଯାୟୀ, ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ବାସଭବନ, ରାଷ୍ଟ୍ରପତି ଭବନ ହେଉଛି ଦେଶର ପ୍ରତୀକ ଏବଂ ଲୋକଙ୍କ ଅମୂଲ୍ୟ ଐତିହ୍ୟ। ଦଶନ୍ଧି ଦଶନ୍ଧି ଧରି ଏହି ଦୁଇ ହଲରେ ଅନେକ ଐତିହାସିକ କାର୍ଯ୍ୟକ୍ରମ ହୋଇଆସୁଥିଲା। ଦରବାର ହଲରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଉଥିବାବେଳେ ଅଶୋକ ହଲ ବଲରୁମ ଭାବେ ବ୍ୟବହୃତ ହେଉଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଦୁଇ ହଲର ନାମ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ଭବନରେ ଥିବା ଏହି ଦୁଇ ହଲର ଅନେକ ଗୁରୁତ୍ଵପୂର୍ଣ୍ଣ ମହତ୍ଵ ରହିଛି।

ଦରବାର ହଲ ଯାହା ଏବେ ଗଣତନ୍ତ୍ର ହଲ ଭାବେ ପରିଚୟ ପାଇଛି ଏହାର ମଧ୍ୟ ଅନେକ ବିଶେଷତ୍ଵ ରହିଛି। ଏହି ହଲ ପୂର୍ବରୁ ଥ୍ରୋନ୍ ରୁମ ଭାବେ ପରିଚିତ ଥିଲା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନେତୃତ୍ଵ ସରକାର ଅଗଷ୍ଟ ୧୫ ୧୯୪୭ରେ ଶପଥ ଗ୍ରହଣ କରିଥିଲେ। ୧୯୪୮ରେ ସ୍ଵତନ୍ତ୍ର ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଏଠାରେ ଶପଥ ଗ୍ରହଣ କରିଥିଲେ। ଦରବାର ହଲ ଛାତରେ ୩୩ ଉଚ୍ଚ ବିଶିଷ୍ଟ ଏକ କାଚର ଝୁମର ଏହାର ସୁନ୍ଦରତାକୁ ଦୁଇଗୁଣା କରୁଛି।

ସେହିପରି ଅଶୋକ ହଲର ବିଶେଷତ୍ଵ ହେଉଛି କଳାକୃତିରେ ପରିପୂର୍ଣ୍ଣ ଏହି ହଲରେ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଏହି କୋଠରୀର ଛାତ ଏବଂ ଚଟାଣର ଅନେକ ଆକର୍ଷଣ ରହିଛି। କୋଠରୀର ଚଟାଣ ସମ୍ପୂର୍ଣ୍ଣ କାଠରେ ନିର୍ମିତ ହୋଇଛି। ଏହି ଚଟାଣର ତଳେ ସ୍ପ୍ରିଙ୍ଗ ଲାଗିଛି। ଅଶୋକ ହଲର ଛାତ ଅଏଲ ପେଣ୍ଟିରେ ସୁସଜ୍ଜିତ ରହିଛି। ଛାତର ମଝିରେ ଚମଡ଼ାରେ ନିର୍ମିତ ଏକ ପେଣ୍ଟିଂ ରହିଛି। ହଲରେ ବେଲଜିୟମରୁ ଆସିଥିବା କାଚର ଝୁମର ଲାଗିଛି।

Leave A Reply

Your email address will not be published.