ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଣିରେ ବୁଡି ୩ ଶିଶୁ ମୃତ

0

କେନ୍ଦୁଝର: କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଡିଆରପଲ୍ଲୀ ପଞ୍ଚାୟତ ଆତ୍ରୁକଣା ଗ୍ରାମ ଡାହିସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋରମ୍‌ ଗାଡିଆରେ ବୁଡି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ନାବାଳିକା ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଆତ୍ରୁକଣା ଗ୍ରାମ ଡାହିସାହିର ୩ ଜଣ ଶିଶୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ପାଠ ପଢିବାକୁ ଯାଇଥିଲେ । ସେଠାରୁ ସେମାନେ ଖେଳିବା ପାଇଁ ମୋରମ ଗାଡ଼ିଆ ଆଡେ ପଳାଇଥିଲେ। ବର୍ଷା ଦିନ ହୋଇଥିବାରୁ ମୋରମ ଗାଡ଼ିଆରେ ବହୁତ ପାଣି ଥିଲା ପିଲାମାନେ ଖେଳୁ ଖେଳୁ ମୋରମ୍‌ ଗାଡିଆକୁ ଚାଲିଯାଇ ପାଣିରେ ବୁଡ଼ି ଯାଇଥିଲେ।

ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆଗରପଡ଼ା ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ୩ଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

Leave A Reply

Your email address will not be published.