ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ପାଣିରେ ବୁଡି ୩ ଶିଶୁ ମୃତ

0

କେନ୍ଦୁଝର: କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଡିଆରପଲ୍ଲୀ ପଞ୍ଚାୟତ ଆତ୍ରୁକଣା ଗ୍ରାମ ଡାହିସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋରମ୍‌ ଗାଡିଆରେ ବୁଡି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ନାବାଳିକା ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଆତ୍ରୁକଣା ଗ୍ରାମ ଡାହିସାହିର ୩ ଜଣ ଶିଶୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ପାଠ ପଢିବାକୁ ଯାଇଥିଲେ । ସେଠାରୁ ସେମାନେ ଖେଳିବା ପାଇଁ ମୋରମ ଗାଡ଼ିଆ ଆଡେ ପଳାଇଥିଲେ। ବର୍ଷା ଦିନ ହୋଇଥିବାରୁ ମୋରମ ଗାଡ଼ିଆରେ ବହୁତ ପାଣି ଥିଲା ପିଲାମାନେ ଖେଳୁ ଖେଳୁ ମୋରମ୍‌ ଗାଡିଆକୁ ଚାଲିଯାଇ ପାଣିରେ ବୁଡ଼ି ଯାଇଥିଲେ।

ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆଗରପଡ଼ା ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ୩ଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

Leave A Reply

Your email address will not be published.