ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୫ ମାଓବାଦୀ

0

ଛତିଶଗଡ଼: ଛତିଶଗଡ଼ ବିଜାପୁର ଜିଲା ପୋଲିସ ନିକଟରେ ୫ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତିି। ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନ ଯାପନ କରିବାକୁ ସେ ଆତ୍ମସମର୍ପଣ କରିଛନ୍ତି।

ଡିଏକେଏମ୍‌ଏସ୍‌ ଅଧ୍ୟକ୍ଷ ତଥା ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ମାଙ୍ଗୁ ପୋଡାମ, ପାଇକୁ ତେଲା. ମୀନା ତେଲାମ, ରାଜୁ ତେଲାମ ଓ ମଲ୍ଲେକ ପୋଡାମ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ କହିଛନ୍ତି, ମାଓବାଦୀଙ୍କ ମଧ୍ୟରେ ଭେଦଭାବ ଚାଲିଥିବାରୁ ସେଥିରେ ସେମାନେ ଅତିଷ୍ଠ ହେବା ସହ ସରକାରଙ୍କ ଶାସନ ଓ ନୀତିରେ ପ୍ରଭାବିତ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ଲୋକଙ୍କ ଭଳି ବଞ୍ଚିବାକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଜାପୁର ପୋଲିସ ପକ୍ଷରୁ ୫ ଜଣଙ୍କୁ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବା ସହ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ।

Leave A Reply

Your email address will not be published.