ପ୍ରମୁଖ ଖବର

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍‌ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି
ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ପୁଣି ସସପେଣ୍ଡ ହେଲେ ତାରା ; ବିଧାୟକ ରମେଶ ଜେନା ମଧ୍ୟ ନିଲମ୍ବିତ । ପୂର୍ବରୁ ୧୨ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ
ସୋନପୁର-ସମ୍ବଲପୁର ମୁଖ୍ୟରାସ୍ତାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଲେରୋ ଗାଡ଼ିକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି

ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ୩ୟ ପଦକ ଦେଲେ ସ୍ଵପ୍ନିଲ କୁସାଲେ

0

ପ୍ୟାରିସ: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ଭାରତର ସୁଟର୍ ସ୍ଵପ୍ନିଲ କୁସାଲେ ପୁରୁଷ ୫୦ ମିଟର ରାଇଫଲ୍‌ସ ୩ ପୋସିସନରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଥିସହିତ ଭାରତ ଅଲମ୍ପିକ୍ସରେ ତୃତୀୟ ପଦକ ମିଳିଛି, ଆଉ ଏହି ସମସ୍ତ ତିନି ପଦକ ସୁଟିଂରୁ ଆସିଛି। ପୂର୍ବରୁ ୧୦ ମିଟର ପିସ୍ତଲ ଇଭେଣ୍ଟରେ ମନୁ ଭାକର ପ୍ରଥମେ ବ୍ରୋଞ୍ଜ ଜିତିତିଲେ ପରେ ମିଶ୍ରିତ ଯୁଗଳ ବର୍ଗରେ ସର୍ବଜୋତଙ୍କୁ ସାଥି କରି ଆଉ ଏକ ବ୍ରୋଞ୍ଜ ଜିତିଥିଲେ।

ପ୍ରଥମ ସୁଟରେ ସ୍ୱପ୍ନୀଲ ୯.୬ ସ୍କୋର କରିଥିଲେ । ଏହା ପରେ ଦମଦାର ପ୍ରଦର୍ଶନ କରିଥିଲେ ସ୍ବପ୍ନୀଲ । ସେ ଦ୍ବିତୀୟ ସିରିଜରେ ୧୦.୧ ପଏଣ୍ଟ ସ୍କୋର କରିଥିଲେ । ପରେ ତୃତୀୟ ଏବଂ ଚତୁର୍ଥ ସିରିଜରେ ଭଲ ପ୍ରଦର୍ଶନ କରି ୧୦ ପଏଣ୍ଟ ଉପରେ ସ୍କୋର କରିଥିଲେ । ପରେ ସ୍ଵପ୍ନିଲ ନିଲିଙ୍ଗ ଷ୍ଟେଜରେରେ ଷଷ୍ଠ ସ୍ଥାନରେ ରହି ୧୫୩.୩ ପଏଣ୍ଟ ସ୍କୋର କରିଥିଲେ ।

ଭାରତର ସୁଟର୍, ବ୍ୟାଡ଼ମିଣ୍ଟନ, ବକ୍ସିଂ, ତୀରନ୍ଦାଜ, ଗଲ୍ଫ, ହକି ଭଳି ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ପଞ୍ଚମ ଦିନରେ ଭାରତକୁ କୌଣସି ପଦକ ମିଳି ନ ଥଲେ ମଧ୍ୟ ଭାରତ ପାଇଁ ଏହା ସକାରାତ୍ମକ ରହିଥିଲା। ବ୍ୟାଡ଼ମିଣ୍ଟନରେ ପିଭି ସିନ୍ଧୁ, ଲକ୍ଷ୍ୟ ସେନ ବିଜୟ ସହିତ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ। ଯେତେବେଳେ କି ଭାରତୀୟ ମହିଳା ବକ୍ସର ଲବିଲୀନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଶୁଟିଂ ଏବଂ ତୀରନ୍ଦାଜରେ ମଧ୍ୟ ଭଲ ପ୍ରଦର୍ଶନ ରହିଥିଲା।

Leave A Reply

Your email address will not be published.