ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ୩ୟ ପଦକ ଦେଲେ ସ୍ଵପ୍ନିଲ କୁସାଲେ

0

ପ୍ୟାରିସ: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ଭାରତର ସୁଟର୍ ସ୍ଵପ୍ନିଲ କୁସାଲେ ପୁରୁଷ ୫୦ ମିଟର ରାଇଫଲ୍‌ସ ୩ ପୋସିସନରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଥିସହିତ ଭାରତ ଅଲମ୍ପିକ୍ସରେ ତୃତୀୟ ପଦକ ମିଳିଛି, ଆଉ ଏହି ସମସ୍ତ ତିନି ପଦକ ସୁଟିଂରୁ ଆସିଛି। ପୂର୍ବରୁ ୧୦ ମିଟର ପିସ୍ତଲ ଇଭେଣ୍ଟରେ ମନୁ ଭାକର ପ୍ରଥମେ ବ୍ରୋଞ୍ଜ ଜିତିତିଲେ ପରେ ମିଶ୍ରିତ ଯୁଗଳ ବର୍ଗରେ ସର୍ବଜୋତଙ୍କୁ ସାଥି କରି ଆଉ ଏକ ବ୍ରୋଞ୍ଜ ଜିତିଥିଲେ।

ପ୍ରଥମ ସୁଟରେ ସ୍ୱପ୍ନୀଲ ୯.୬ ସ୍କୋର କରିଥିଲେ । ଏହା ପରେ ଦମଦାର ପ୍ରଦର୍ଶନ କରିଥିଲେ ସ୍ବପ୍ନୀଲ । ସେ ଦ୍ବିତୀୟ ସିରିଜରେ ୧୦.୧ ପଏଣ୍ଟ ସ୍କୋର କରିଥିଲେ । ପରେ ତୃତୀୟ ଏବଂ ଚତୁର୍ଥ ସିରିଜରେ ଭଲ ପ୍ରଦର୍ଶନ କରି ୧୦ ପଏଣ୍ଟ ଉପରେ ସ୍କୋର କରିଥିଲେ । ପରେ ସ୍ଵପ୍ନିଲ ନିଲିଙ୍ଗ ଷ୍ଟେଜରେରେ ଷଷ୍ଠ ସ୍ଥାନରେ ରହି ୧୫୩.୩ ପଏଣ୍ଟ ସ୍କୋର କରିଥିଲେ ।

ଭାରତର ସୁଟର୍, ବ୍ୟାଡ଼ମିଣ୍ଟନ, ବକ୍ସିଂ, ତୀରନ୍ଦାଜ, ଗଲ୍ଫ, ହକି ଭଳି ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ପଞ୍ଚମ ଦିନରେ ଭାରତକୁ କୌଣସି ପଦକ ମିଳି ନ ଥଲେ ମଧ୍ୟ ଭାରତ ପାଇଁ ଏହା ସକାରାତ୍ମକ ରହିଥିଲା। ବ୍ୟାଡ଼ମିଣ୍ଟନରେ ପିଭି ସିନ୍ଧୁ, ଲକ୍ଷ୍ୟ ସେନ ବିଜୟ ସହିତ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ। ଯେତେବେଳେ କି ଭାରତୀୟ ମହିଳା ବକ୍ସର ଲବିଲୀନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଶୁଟିଂ ଏବଂ ତୀରନ୍ଦାଜରେ ମଧ୍ୟ ଭଲ ପ୍ରଦର୍ଶନ ରହିଥିଲା।

Leave A Reply

Your email address will not be published.