ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଲାଞ୍ଚ ନେଇ ଗିରଫ ହେଲେ ଗୋଲାମୁଣ୍ଡା ବିଡିଓ

0

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ। ଗତକାଲି ସନ୍ଧ୍ୟାରେ ରେ ସରକାରୀ ଗାଡ଼ିରେ ଭବାନୀପାଟଣାରୁ ଗୋଲାମୁଣ୍ଡା ଯାଉଥିବାବେଳେ ଜାରିଙ୍ଗଛକ ନିକଟରେ ଭିଜିଲାନ୍ସ ରେଡ କରିଥିଲା। ଯାଞ୍ଚ ବେଳେ ତାଙ୍କ ଗାଡ଼ିରୁ ନଗଦ ୪ ଲକ୍ଷ ୯୨ ହଜାର ଟଙ୍କା ମିଳିଥିଲା। ତେବେ ଏହି ଅର୍ଥ ସମ୍ପର୍କରେ ସେ ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ ତାଙ୍କୁ ଅଟକ ରଖି ମାମଲା ରୁଜୁ କରିଥିଲା।

ଗତକାଲିଠୁ ୧୮ ଘଣ୍ଟାଧରି ବିଡିଓଙ୍କୁ ପଚରାଉଚରା ପରେ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୪ଟି ଟିମ ବିଡିଓଙ୍କ ଘର, ଅଫିସ, କ୍ବାର୍ଟର୍ସ, ଭୁବନେଶ୍ବର ଫ୍ଲାଟ ସମେତ କୋରାପୁଟ ଓ ରାୟଗଡ଼ାର ବିଭିନ୍ନ ସ୍ଥାନରେ ଚଡାଉ କରିଛି। ଅକ୍ଷମିତା ଆଗରୁ ମଧ୍ଯ ବହୁ ଦୁର୍ନୀତିରେ ଲିପ୍ତ ଥିବା ଜଣାପଡ଼ିଛି। କୋଷାଗୁମୁଡ଼ାରେ ଥିବାବେଳେ କୋଭିଡ ପାଣ୍ଠିର ଅପବ୍ଯବହାର ପାଇଁ ସେ ନିଲମ୍ବିତ ହୋଇଥିଲେ। ଗୁଣୁପୁର ତହସିଲଦାର ଥିବାବେଳେ ରେଡକ୍ରସ ପାଣ୍ଠିର ଅପବ୍ଯବହାର ଅଭିଯୋଗରେ ଜିଲ୍ଲାପ୍ରଶାସନ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.