ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ମିଳିବ ତୁରନ୍ତ ଚିକିତ୍ସା

0

ନୂଆଦିଲ୍ଲୀ: ବଡ ଘୋଷଣା କଲେ କେନ୍ଦ୍ର ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ। ଖୁବ୍‌ଶୀଘ୍ର ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନଗଦ ବିହୀନ ଚିକିତ୍ସା ମିଳିବ। ଏନେଇ ନ୍ୟାଶନାଲ ହେଲ୍‌ଥ୍‌ ଅଥରିଟି(ଏନ୍‌ଏଚ୍‌ଏ) ସହଯୋଗରେ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଥିବା ନେଇ ଗୁରୁବାର କେନ୍ଦ୍ର ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ରଖି ସୂଚନା ଦେଇଛନ୍ତି।
ପରୀକ୍ଷାମୂଳକ ଭାବେ ଏହି ଯୋଜନାକୁ ଚଣ୍ଡିଗଡ଼ ଓ ଆସାମରେ କାର୍ଯ୍ୟକାରୀ କରାଯାଇଥିବା ସେ କହିଛନ୍ତି। ଯୋଜନା ଅନୁଯାୟୀ, ଯୋଗ୍ୟ ଆହତ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ୍‌ ଆରୋଗ୍ୟ ଯୋଜନା ଅଧୀନ ହସ୍ପିଟାଲଗୁଡ଼ିକରେ ଦୁର୍ଘଟଣାର ସର୍ବାଧିକ ୭ ଦନ ମଧ୍ୟରେ ଟ୍ରମା ଏବଂ ପଲିଟ୍ରମା ସମ୍ବନ୍ଧିତ ସ୍ବାସ୍ଥ୍ୟ ସୁବିଧା ପ୍ୟାକେଜ ମିଳିପାରିବ।

ଯେ କୌଣସି ରାସ୍ତାରେ ମୋଟର ଯାନ ବ୍ୟବହାର ଦ୍ୱାରା ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ନଗଦ ବିହୀନ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ଏହି ଯୋଜନା ପ୍ରସ୍ତୁତ ହୋଇଥିବା ଗଡ଼କରୀ କହିଛନ୍ତି। ମୋଟର ଯାନ ଅଧିନିୟମ ୧୯୮୮ର ଧାରା ୧୬୪-ବି ଅନୁଯାୟୀ ଗଠିତ ମୋଟରଯାନ ଦୁର୍ଘଟଣା ପାଣ୍ଠି ଅଧୀନରେ ଏହି ଯୋଜନା ପରିଚାଳିତ ହେବ।

Leave A Reply

Your email address will not be published.