ପ୍ରମୁଖ ଖବର

୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଫାଇନାଲରେ ଭିନେଶ ଫୋଗାଟ

0

ପ୍ୟାରିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି ଭିନେଶ ଫୋଗାଟ। ଭାରତ ପାଇଁ ପଦକ ପକ୍କା କଲେ ଭିନେଶ। ସେମିଫାଇନାଲ ଜିତି ଫାଇନାଲରେ କଲେ ପ୍ରବେଶ। ୫୦ କେଜି ଏକକ ମହିଳା ଫ୍ରି-ଷ୍ଟାଇଲ କୁସ୍ତି ବର୍ଗରେ ଖେଳୁଛନ୍ତି ଭିନେଶ।
ସେମି ଫାଇନାଲରେ ୟୁସନେଲିସ୍ ଲୋପିଜଙ୍କୁ ହରାଇ ଇତିହାସ ରଚିଲେ ଫୋଗାଟ। ଅଲିମ୍ପିକ୍ସରେ ପ୍ରଥମ ମହିଳା କୁସ୍ତିଯୋଦ୍ଧା ଭାବେ ଫାଇନାଲରେ କଲେ ପ୍ରବେଶ। ସିଲଭର ପଦକ କଲେ ପକ୍କା। ସେ ଆସନ୍ତାକାଲି ଫାଇନାଲ ଖେଳିବେ।

ସେମି ଫାଇନାଲରେ କ୍ୟୁବାର ୟୁସନେଲିସ୍ ଗଜମାନଙ୍କୁ ୫-୦ରେ ଏକପାଖିଆ ଭାବରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଗଜମାନ ପ୍ରଥମ ୩ ମିନିଟରେ ଆକ୍ରମଣାତ୍ମକ ଖେଳିଥିବା ବେଳେ ଭିନେଶ ଡିଫେଣ୍ଡ କରିଥିଲେ। ତେବେ ଦ୍ୱିତୀୟ ସେଟରେ ଭିନେଶ କାଉଣ୍ଟର ଆଟାକ୍‌ କରିବା ସହ ୪ ପଏଣ୍ଟ ଅର୍ଜନ କରିଥିଲେ।

Leave A Reply

Your email address will not be published.