ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଓଡ଼ିଶାର ୧୩ ଜଣଙ୍କୁ ପୋଲିସ ମେଡାଲ

0

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା କରାଯାଇଛି। ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ଏଡିଜି ସୁରେଶ ଦେବ ଦତ୍ତ ସିଂହ, ଡିଏସପି ସଚିଦାନନ୍ଦ ରଥଙ୍କୁ ମିଳିବ ମେଡାଲ।

୧୫ ପୋଲିସ କର୍ମଚାରୀଙ୍କୁ ମିଳିବ ଉକୃଷ୍ଟ ସେବା ପଦକ । ସ୍ବାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତି ପଦକ ଘୋଷଣା କରିଛି କେନ୍ଦ୍ର ଗୃହ। ଏଥର ରାଷ୍ଟ୍ରପତି ପଦକ ପାଇଁ ଗ୍ୟାଲେଣ୍ଟ୍ରି (ପିଏମଜି) ପଦକ ୧ ଏବଂ ଗାଲେଣ୍ଟ୍ରି (ଜିଏମ) ପଦକ ୨୧୩ କର୍ମଚାରୀଙ୍କୁ ପ୍ରଦାନ କରାଯିବ। ଏଥିରେ ପୋଲିସ ସେବାକୁ ୨୦୮, ଅଗ୍ନିଶମ ସେବାକୁ ୪, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସକୁ ୨୦୮ ପଦକ ପ୍ରଦାନ କରାଯିବ।

ଜୁଲାଇ ୨୫, ୨୦୨୨ରେ ଘଟିଥିବା ଡକାୟତିରେ ବିରଳ ସାହସିକତା ପ୍ରଦର୍ଶନ କରିଥିବାରୁ ତେଲଙ୍ଗାନା ପୋଲିସର ହେଡ କନଷ୍ଟେବଳ ଚାଡୁଭୁ ଯାଦାୟଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। ଶୃଙ୍ଖଳା ଚୋରି ଏବଂ ଅସ୍ତ୍ର କାରବାରରେ ଜଡିତ ଦୁଇ କୁଖ୍ୟାତ ବ୍ୟକ୍ତି ଇଶାନ ନିରଂଜନ ନୀଲମାନଲି ଏବଂ ରାହୁଲଙ୍କୁ ଗିରଫ କରିଥିଲେ। ଏହି ସମୟରେ ଅପରାଧୀମାନେ ତାଙ୍କୁ ଛୁରିରେ ଆକ୍ରମଣ କରି ତାଙ୍କ ଶରୀରର ବିଭିନ୍ନ ଅଂଶ ଯଥା ଛାତି, ଶରୀରର ପଛ, ବାମ ହାତ ଏବଂ ପେଟରେ ଅନେକ ଥର ଛୁର ଭୁଶି ଥିଲେ। ଗୁରୁତର ଆଘାତ ସତ୍ତ୍ୱେ ସେ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ସେ ୧୭ ଦିନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

Leave A Reply

Your email address will not be published.