ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଅତିଜରୁରୀ ନ ଥିଲେ କେହି ଏସ୍‌ସିବି ଆସନ୍ତୁ ନାହିଁ : ଏସ୍‌ସିବି ଅଧୀକ୍ଷକ

0

କଟକ: ଅତିଜରୁରୀ ନ ଥିଲେ କେହି ଏସ୍‌ସିବି ମେଡିକାଲ ଆସନ୍ତୁ ନାହିଁ ବୋଲି ଅଧୀକ୍ଷକ ପରାମର୍ଶ ଦେଇଛନ୍ତି। ଡାକ୍ତରମାନଙ୍କ ଆନ୍ଦୋଳନକୁ ନେଇ ଅଧୀକ୍ଷକ ଏପରି କହିଛନ୍ତି। ସେ କହିଛନ୍ତି, ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି। ସମସ୍ତ ଫ୍ୟାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି। ତେଣୁ ଅତି ଜରୁରୀ ନ ଥିଲେ ଏସ୍‌ସିବି ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଆସନ୍ତାକାଲିର ଡାକ୍ତର ଆନ୍ଦୋଳନକୁ ନେଇ ଡିଏମ୍‌ଇଟି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସରକାରୀ ଚାକିରିରେ ଥିବା ଡାକ୍ତର ଆନ୍ଦୋଳନ କରିବେନି। ମେଡିକାଲ କଲେଜର ଜୁନିୟର ଡାକ୍ତର ଓ ହାଉସ ସର୍ଜନ ଆନ୍ଦୋଳନ କରିବେ। କେତେଦିନ ସେମାନେ ଆନ୍ଦୋଳନ କରିବେ ତାହା ସ୍ପଷ୍ଟ କରିନାହାନ୍ତି।ଜରୁରିକାଳୀନ କାମ ସମସ୍ତେ କରିବେ, ସେବା ନିଶ୍ଚିତ ପ୍ରଭାବିତ ହେବ। ସିନିୟର ଡାକ୍ତର ଉଭୟ ଆଉଟଡୋର ଓ ଇନଡୋର ସେବା କରିବେ। ବର୍ତ୍ତମାନ ଇଏସ୍‌ଏମ୍‌ଏ ଲାଗୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି।

କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର । ଏହି କାରଣରୁ ରୋଗୀ ସେବା ପ୍ରଭାବିତ ହୋଇଛି । ଜରୁରିକାଳୀନ ଚିକିତ୍ସାକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ସେବା ପ୍ରଭାବିତ ହୋଇଛି ।

Leave A Reply

Your email address will not be published.