ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ ରୋହିଦାସ

0

ଭୁବନେଶ୍ବର: ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ ରୋହିଦାସ। ପ୍ୟାରିସରେ ନିଜ ଦେଶ ସହ ରାଜ୍ୟକୁ ଗୌରବାନ୍ବିତ କରିବା ପରେ ଓଡ଼ିଶା ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭାରତୀୟ ହକି ଦଳର ଓଡ଼ିଆ ଡିଫେଣ୍ଡର। ଆଜି ସକାଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କ୍ରୀଡା ବିଭାଗ ସହ ବନ୍ଧୁ ଓ ପ୍ରିୟଜନ ତାଙ୍କୁ ସ୍ୱାଗତ କରିଥିଲେ।

ଭୁବନେଶ୍ବର ବିମାନବନ୍ଦରରୁ ସିଧା ଲୋକସେବା ଭବନରେ ପହଞ୍ଚିଥିଲେ ଅମିତ ରୋହିଦାସ। ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଅମିତଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଅମିତି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ସେ ଆମର ଗର୍ବ ଓ ଗୌରବ।

ରୋହିତ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଗତକାଲି ଆମେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥୁଲୁ। ପ୍ରୋତ୍ସାନ ରାଶି ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଆମକୁ ଦେଖିକି ଆଗାମୀ ପିଢି ଆଗକୁ ଯିବାକୁ ଚେଷ୍ଟା କରିବେ। ସେମାନେ ମଧ୍ୟ ଡୋମେଷ୍ଟିକ ଓ ଅଲିମ୍ପକ୍ସରେ ଭାଗ ନେଇ ଭବିଷ୍ୟତ ଉଜ୍ଜ୍ବଳ ହେବ।

Leave A Reply

Your email address will not be published.