ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତର ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଓ ତତ୍ ସଂଲଗ୍ନ ବାଂଲାଦେଶ ଉପକୂଳ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଓ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହି ଲଘୁଚାପ କ୍ଷେତ୍ର ଟି ଆହୁରି ଘନୀଭୂତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ପଶ୍ଚିମବଙ୍ଗ ଉପତ୍ୟକା ଓ ଝାଡଖଣ୍ଡ ଦେଇ ଗତି କରିବ।

ପ୍ରଭାବ ରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ଯାଜପୁର, କେଉଁଝର, ଅନୁଗୋଳ, ଢ଼େଙ୍କାନାଳ , ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଓଡ଼ିଶା ର ଅଧିକାଂଶ ସ୍ଥାନ ରେ ବର୍ଷା ସମ୍ଭାବନା ଥିବା ବେଳେ କିଛି ସମୟ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ (୨୦ ସେମି +) ବର୍ଷା ହୋଇପାରେ।

ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ର ଅନେକ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ସୋନପୁର ନୂଆପଡ଼ା, ବୌଦ୍ଧ ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.