ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆର୍ଥ ଅବଜରଭେସନ ସାଟେଲାଇଟର ସଫଳ ଉତକ୍ଷେପଣ

0

ଆନ୍ଧ୍ରପ୍ରଦେଶ: ଆଜି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ।। ଉତକ୍ଷେପଣ ହେଲା SSLV-D3 ରକେଟ୍ । ଆଜି ଦେଶର ସବୁଠୁ ଛୋଟ ରକେଟ ‘ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲ’ରେ (SSLV-D3 ) ଆର୍ଥ ଅବଜରଭେସନ ସାଟେଲାଇଟ (EOS-08) ଲଞ୍ଚ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) । ସକାଳ ୯ଟା ୧୭ ମିନିଟର ଶ୍ରୀହରିକୋଟାର (ଆନ୍ଧ୍ରପ୍ରଦେଶ) ସତୀଶ ଧୱନ ସ୍ପେସ ସେଣ୍ଟରରୁ ଏହାର ସଫଳ ଉତକ୍ଷେପଣ ହୋଇଛି ।

ଆର୍ଥ ଅବଜରଭେସନ ସାଟେଲାଇଟ ( EOS-08) ଏକ କ୍ଷୁଦ୍ର ସାଟେଲାଇଟ୍ । ଏହାର ଓଜନ ୧୭୫.୫ କିଲୋଗ୍ରାମ ଓ ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ କରିବ ଇସ୍ରୋ । ଏହି ସାଟେଲାଇଟ ପରିବେଶ ପର୍ଯ୍ୟବେକ୍ଷଣ, ପାଣିପାଗ ଓ ବିପର୍ଯ୍ୟୟ ପରିଚାଳନାରେ ସହାୟକ ହେବ । ୧୭୫.୫ କେଜି ବିଶିଷ୍ଟ ଏହି EOS-08ରେ ତିନୋଟି ଷ୍ଟେଟ-ଅଫ-ଦ ଆର୍ଟ ପେଲୋଡ ଅଛି ଯଥା, ଇଲେକ୍ଟ୍ରୋ ଅପଟିକାଲ ଇନଫ୍ରାରେଡ ପେଲୋଡ (EOIR), ଗ୍ଲୋବାଲ ନେଭିଗେସନ ସାଟେଲାଇଟ ସିଷ୍ଟମ ରିଫ୍ଲେକୋମେଟ୍ରି ପେଲୋଡ (GNSS-R) ଓ ସିଫ ୟୁବି ଡୋଜିମିଟର (SiC UV Dosimeter) । SSLV ରକେଟର ଲମ୍ବା ୩୪ ମିଟର ଓ ବ୍ୟାସ ୨ ମିଟର । SSLVର ଓଜନ ୧୨୦ ଟନ ଅଟେ । ଏସଏସଏଲବି ୧୦ରୁ ୫୦୦ କିଲୋର ପେଲୋଡସ୍‌କୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚାଇ ପାରିବ । SSLV ମାତ୍ର ୭୨ ଘଣ୍ଟା ମଧ୍ୟରେ ପ୍ରସ୍ତୁତ ହୋଇଯାଏ ।

Leave A Reply

Your email address will not be published.