ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଅନଲାଇନ ଗେମ ନେଲା ଜୀବନ

0

ବାଲେଶ୍ବର: ଅନଲାଇନ ଗେମ ନେଲା ୨୭ ବର୍ଷୀୟ ଯୁବକଙ୍କ ଜୀବନ। ଲକ୍ଷାଧିକ ଟଙ୍କା ଅନଲାଇନ ଗେମରେ ହରାଇବା ପରେ ମାନସିକ ସନ୍ତୁଳନ ହରାଇ ଶେଷରେ ଯୁବକ ଜଣଙ୍କ ଜୀବନ ହାରିଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ସହାଜିପାଟଣା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଗୌତମ ନାୟକଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ଘରୁ ଉଦ୍ଧାର କରାଯାଇଥିବା ବେଳେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ଯୁବକ ଜଣକ ରାତିରେ ଘରେ ପରିବାର ସହ ରହିଥିବା ବେଳେ ଆଜି ଭୋର ବେଳେ ଆତ୍ମହତ୍ୟା କରିଥିବା କଥା ପରିବାର ଲୋକେ ଜାଣିବାକୁ ପାଇଥିଲେ ବୋଲି ତାଙ୍କ ସମ୍ପର୍କୀୟ ଭାଇ ହିମାଂଶୁ ସାହୁ କହିଛନ୍ତି।

ସୂଚନାଯୋଗ୍ୟ , ଯୁବକ ଜଣକ ଅନ୍ ଲାଇନ ଗେମ୍ ଖେଳି ପାଖାପାଖି ୫ ଲକ୍ଷ ଟଙ୍କା ହରାଇଥିବା ପରିବାର ପକ୍ଷରୁ କୁହାଯାଇଛି। ତେବେ ଟଙ୍କା ହରେଇଲା ପରେ ପରେ ଯୁବକଙ୍କ ମାନସିକ ଅବସ୍ଥା ୬ ମାସ ହେବ ଭଲ ନଥିଲା। ଲକଡାଉନ୍ ପର ଠାରୁ ବିଭିନ୍ନ ସମୟରେ ସେ ଘର ଛାଡ଼ି ବାହାରକୁ ପଳେଇ ଯାଉଥିବା ବେଳେ ତାଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଚେଷ୍ଟା କରିଥିଲେ।

ତେବେ ଆଜି ସକାଳୁ ସକାଳୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ପରିବାର ଲୋକେ ଦେଖିବାକୁ ପାଇଥିଲେ। ଘଟଣା ପରେ ପରିବାର ଲୋକେ ରେମୁଣା ପୋଲିସକୁ ଖବର ଦେଇଥିଲେ। ରେମୁଣା ପୋଲିସ ଉପସ୍ଥିତିରେ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର ପରେ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.