ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଜିଏସଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍

0

କଟକ: ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍। ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଥିବା ସୂଚନା ମିଳିଛି। ଜଣେ ଡିଲର୍‌ ଠାରୁ ଜବତ ସ୍କ୍ରାପ୍‌କୁ ଅନ୍ୟତ୍ର ବିକ୍ରି କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୫.୮୫ ଲକ୍ଷ ରାଜସ୍ୱ ହେରଫେର କରିଥିବା ଜଣାପଡ଼ିବାରୁ ରେଡ୍‌ ହୋଇଛି। ଭୁବନେଶ୍ୱର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।

ସୂଚନାଯୋଗ୍ୟ, ଜଣେ ଡିଲରଙ୍କ ଠାରୁ ଜବତ ହୋଇଥିବା ସ୍କ୍ରାପକୁ ବିନୟ ଅନ୍ୟତ୍ର ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଯାହାଦ୍ଵାରା ସରକାରଙ୍କର ପ୍ରାୟ ୫ କୋଟି ୮୫ ଲକ୍ଷ ଟଙ୍କାର ରାଜସ୍ଵ ହାନି ଘଟିଥିବା ଖବର ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି। ବିନୟ ଭୂଷଣଙ୍କର ଭୁବନେଶ୍ୱର ୟୁନିଟ ୨ରେ ଥିବା କ୍ୱାର୍ଟର୍ସ ଓ ଖୋର୍ଦ୍ଧାରେ ଥିବା ପୈତୃକ ଘର ସମେତ ୫ଟି ସ୍ଥାନରେ ଚଢାଉ ଚାଲିଛି। କଟକ ଭିଜିଲାନ୍ସ ଡିଭଜନ ପକ୍ଷରୁ ଏହି ଚଢାଉ କରାଯାଇଛି। ଏହି ସମୟରେ ବିଭିନ୍ନ କମ୍ପାନୀର କିଛି ଡକ୍ୟୁମେଣ୍ଟ ଓ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି।

Leave A Reply

Your email address will not be published.