ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ନେପାଳରେ ନଦୀକୁ ବସ ଖସି ୧୪ ଭାରତୀୟ ମୃତ

0

ନେପାଳରେ ନଦୀକୁ ବସ ଖସି ୧୪ ଭାରତୀୟଙ୍କ ମୃତ୍ୟୁ ହୋଇଛି। ୪୦ଜଣ ଯାତ୍ରୀଙ୍କୁ ଧରି ପୋଖରାର କାଠମାଣ୍ଡୁକୁ ଯାଉଥିବା ବେଳେ ମାର୍ସିଆଙ୍ଗଡି ନଦୀରେ ବସ୍‌ଟି ଖସି ପଡିଛି । ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ନେପାଳ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।
ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାର ନମ୍ବର UP(ଉତ୍ତରପ୍ରଦେଶ) FT 7623 ମାର୍ସାଙ୍ଗଗଡ଼ି ନଦୀକୁ ଖସିପଡିଛି । ଫଳରେ ସେଥିରେ ଯାଉଥିବା ସମସ୍ତ ଭାରତୀୟଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୬ ଜଣ ଆହତ ହୋଇଛନ୍ତି । ନମ୍ବର ପ୍ଲେଟରୁ ବସ୍‌ଟି ୟୁପିର ହୋଇଥିବା ଜଣାପଡିଛି । କିନ୍ତୁ ସେଥିରେ କୌଣସି ଉତ୍ତରପ୍ରଦେଶର ଯାତ୍ରୀ ଥିଲେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.