ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ନେପାଳରେ ନଦୀକୁ ବସ ଖସି ୧୪ ଭାରତୀୟ ମୃତ

0

ନେପାଳରେ ନଦୀକୁ ବସ ଖସି ୧୪ ଭାରତୀୟଙ୍କ ମୃତ୍ୟୁ ହୋଇଛି। ୪୦ଜଣ ଯାତ୍ରୀଙ୍କୁ ଧରି ପୋଖରାର କାଠମାଣ୍ଡୁକୁ ଯାଉଥିବା ବେଳେ ମାର୍ସିଆଙ୍ଗଡି ନଦୀରେ ବସ୍‌ଟି ଖସି ପଡିଛି । ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ନେପାଳ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।
ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାର ନମ୍ବର UP(ଉତ୍ତରପ୍ରଦେଶ) FT 7623 ମାର୍ସାଙ୍ଗଗଡ଼ି ନଦୀକୁ ଖସିପଡିଛି । ଫଳରେ ସେଥିରେ ଯାଉଥିବା ସମସ୍ତ ଭାରତୀୟଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୬ ଜଣ ଆହତ ହୋଇଛନ୍ତି । ନମ୍ବର ପ୍ଲେଟରୁ ବସ୍‌ଟି ୟୁପିର ହୋଇଥିବା ଜଣାପଡିଛି । କିନ୍ତୁ ସେଥିରେ କୌଣସି ଉତ୍ତରପ୍ରଦେଶର ଯାତ୍ରୀ ଥିଲେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.