ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଓଏସଆରଟିସି ଚିଫ ଆକାଉଣ୍ଟ ଗିରଫ

0

ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶୁକ୍ରବାର ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଓଏସଆରଟିସି ସିଏଓଙ୍କ ଘରେ ଚଢ଼ାଉ କରିଥିଲେ । ଏହି ଚଢାଉରେ ୮ ଜଣ ଡିଏସପି, ୮ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ । ଚଢାଉରେ ଭୁବନେଶ୍ୱରର ପଳାଶୁଣୀରେ ଥିବା ୨ଟି କୋଠା, ଭୁବନେଶ୍ୱରର ଦାମୀ ଆପାର୍ଟମେଣ୍ଟ ଜେଡ-୧ରେ ଏକ ଫ୍ଲାଟ, କେରଳର ଏର୍ଣ୍ଣାକୁଲମ୍‌ରେ ଏକ ବଙ୍ଗଳା ସମେତ ବିଭିନ୍ନ ବ୍ୟାଙ୍କରେ ୧ କୋଟି ୪୭ ଲକ୍ଷ ଟଙ୍କାର ଜମା ରାଶି ସହିତ ଘରୁ ପ୍ରାୟ ୫୦୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ, ଓଏସ୍‌ଆର୍‌ଟିସି ଚିଫ୍‌ ଆକାଉଣ୍ଟ ଅଫିସର(ସିଏଓ)ଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ସିଏଓଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିଲା। ଫ୍ଲାଟ୍‌ ନଂ ୩୦୧, ଟାଓ୍ବାର-୬, ଜେଡ-୧ ଇଷ୍ଟେଟ୍‌, ନନ୍ଦନକାନନ ରୋଡ୍‌, ନନ୍ଦନବିହାର, ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍‌ ନଂ-୯୧୮ରେ ଏକ ଦୁଇ ମହଲା କୋଠା, ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍‌ ନଂ-୮୯୨ରେ ଦୁଇ ମହଲା କୋଠା, ମୟୂରଭଞ୍ଜର ଢିପସାହିସ୍ଥିତ ଭୂୟାଁ ନିବାସ, ଭୁବନେଶ୍ୱରର ଓଏସ୍‌ଆର୍‌ଟିସିର ମୁଖ୍ୟ ଆକାଉଣ୍ଟ ଅଫିସ, ଭୁବନେଶ୍ୱରର ଖାରବେଳ ଭବନସ୍ଥିତ ଆର୍ଥିକ ପରାମର୍ଶଦାତା କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ, ବାଣିଜ୍ୟ ଏବଂ ପରିବହନ, ୫ମ ମହଲା କୋଠା, କାର୍ଯ୍ୟାଳୟର ନିର୍ଦ୍ଦେଶକ, ବ୍ୟବସାୟ ବିକାଶ ଏବଂ ଅର୍ଥ, ଓଆର୍‌ଆଇଡିଏଲ୍‌, ୬ ମହଲା, ଇଡ୍‌କୋ ଟାଓ୍ବାର- ଜନପଥ ଭୁବନେଶ୍ୱରରେ ଏହି ଚଢ଼ାଉ ହୋଇଥିଲା।

Leave A Reply

Your email address will not be published.