ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସୁଭଦ୍ରା ଯୋଜନା ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ମହିଳାଙ୍କ ପାଇଁ ବଡ ଖବର। ଆସିଲା ସୁଭଦ୍ରା ଯୋଜନା ଏସଓପି l ସରକାରଙ୍କ ବହୁ ପ୍ରତିକ୍ଷିତ ଯୋଜନା ସୁଭଦ୍ରା ଏସଓପି ଜାରି ହୋଇଛି। ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଗୃହରେ ‘ସୁଭଦ୍ରା’ ଯୋଜନା ଏସଓପି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗତକାଲି କ୍ୟାବିନେଟ୍‌ରେ ଏସଓପି ପାରିତ ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ l ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା l ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ l ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଡେବିଟ୍‌ କାର୍ଡ lଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ଡିବିଟି ମାଧ୍ୟମରେ ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ। ଅର୍ଥାତ ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଏହି ସହାୟତା ରାଶି ମିଳିବ। ଏହାଦ୍ୱାରା ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନା ପାଇଁ ସରକାର ହିତାଧିକାରୀଙ୍କୁ ସୁଭଦ୍ରା ଡେବିଟ୍‌ କାର୍ଡ ପ୍ରଦାନ କରିବେ।ଏଥିସହିତ ରାଜ୍ୟରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପାଇଁ ସରକାର ଅତିରିକ୍ତ ସହାୟତା ପ୍ରଦାନ କରିବେ। ସର୍ବାଧିକ ଡିଜିଟାଲ କାରବାର କରିଥିବା ହିତାଧିକାରୀଙ୍କୁ ଅତିରିକ୍ତ ୫ଶହ ପୁରସ୍କାର ସ୍ୱରୂପ ମିଳିବ। ପ୍ରତି ପଞ୍ଚାୟତର ୧୦୦ ଜଣ ହିତାଧିକାରୀଙ୍କୁ ଏହି ଅତିରିକ୍ତ ୫ଶହ ଟଙ୍କା ପାଇବେ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ହିଁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଉକ୍ତଦିନ ଓଡ଼ିଶା ଆସି ଏହି ଯୋଜନାର ଲୋକାର୍ପଣ କରିବେ । ଉକ୍ତଦିନ ୫ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଭାଉଚର ଯୋଗାଇ ଦିଆଯିବ । ତେବେ ଏହି ଯୋଜନାର ଲାଭ କେଉଁମାନେ ପାଇବେ ଏବଂ କେଉଁମନେ ବାଦ ପଡ଼ିବେ ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ। ସରକାରୀ ଚାକିରି କରୁଥିବା ମହିଳା ଏବଂ ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ମହିଳା ପାଇବେନି ସୁଭଦ୍ରା ସହାୟତା। କାରଣ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ସହାୟତା ପାଇବେ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.