ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

0

ବାଲେଶ୍ଵର: ବାଲେଶ୍ୱର ଜିଲା ଆଲୋଏଜ ନିକଟରେ ନିଖୋଜ ନାବାଳିକାଙ୍କର ମୃତଦେହ ଠାବ ହୋଇଛି। ରେମୁଣା ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ତଳୁ ନିଖୋଜ ଥିଲେ ୯ମ ଶ୍ରେଣୀର ଛାତ୍ରୀ। ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ।
ସୂଚନା ଅନୁସାରେ ତିନିଦିନ ହେଲା ନାବାଳିକାଜଣକ ନିଖୋଜ ଥିବା ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଥିଲା। ଏକ ବନ୍ଦ ଭଙ୍ଗା କୋଠରୀ ଭିତରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବନ୍ଦ କୋଠରୀ ଭିତରୁ ନାବାଳିକାଙ୍କ ମୃତଦେହ ଜବତ କରିଛି। ପରେ ଏହା ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ବୋଲି ସ୍ପଷ୍ଟ କରିଛି।
ଅନ୍ୟପକ୍ଷେ ପୋଲିସ ମୃତଦେହ ପାଖକୁ କାହାରିକୁ ଯିବାକୁ ଦେଉନାହିଁ। ସାଇଣ୍ଟଫିକ୍‌ମ୍‌ ତଦନ୍ତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇବ । ନଅ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାରକରି ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଜଣଙ୍କୁ ଉଠାଇ ନେଇ ଅଟକ ରଖିଛି। ଉକ୍ତ ଯୁବକଜଣଙ୍କ ସ୍ଥାନୀନ ଅଞ୍ଚଳର ହୋଇଥିବାବେଳେ ନାବାଳିକାକୁ ପଥରରେ ଛେଚି ହତ୍ୟା କରିଥିବା କୁହାଯାଉଛି।

Leave A Reply

Your email address will not be published.