ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପାରା ଅଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୨୦

0

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଜାରି ରହିଛି ମେଡାଲ ବର୍ଷା। ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍‌। ଷଷ୍ଟ ଦିନରେ ଭାରତକୁ ମିଳିଛି ୫ଟି ପଦକ। ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଭାରତ ଏଥର ୨୫ ଟାର୍ଗେଟରେ ଓହ୍ଲାଇଥିଲା । ଯାହାକି ପୂର୍ଣ୍ଣ ହେବା ପରି ଲାଗୁଛି । ୩ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ଭାରତ ହାସଲ କରିଛି । ସୂଚନାଯୋଗ୍ୟ, ପାରା ଅଲିମ୍ପିକ୍ସର ଆରମ୍ଭ ରୋମରେ ୧୯୬୦ରେ ହୋଇଥିଲା । ଭାରତ ୧୯୬୮ରେ ପାରା ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲା । ପଦାର୍ପଣ ଗେମ୍ସରେ ଭାରତ ପଦକ ଜିତି ପାରି ନ ଥିଲା ।

୧୯୭୨ ହିଡଲବର୍ଗ ଗେମ୍ସରେ ଭାରତ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୭୬ ଓ ୧୯୮୦ ଗେମ୍ସରେ ଟିମଇଣ୍ଡିଆ ଅଂଶଗ୍ରହଣ କରି ନ ଥିଲା । ୧୯୮୪ରେ ୪ ପଦକ ସହ ୩୭ତମ ସ୍ଥାନରେ ରହିଥିଲା । ୧୯୮୮, ୧୯୯୨, ୧୯୯୬, ୨୦୦୦ ଓ ୨୦୦୮ ଗେମ୍ସରେ ଭାରତ କୌଣସି ପଦକ ଜିତି ନ ଥିଲା । ୨୦୦୪ରେ ୪, ୨୦୧୨ରେ ୧ ଓ ୨୦୧୬ରେ ୪ ପଦକ ହାସଲ କରିଥିଲା । ଏବେ ପ୍ୟାରିସ ଗେମ୍ସରେ ଭାରତ ନିକଟରେ ଇତିହାସ ରଚିବା ସୁଯୋଗ ରହିଛି । ଆଉ ୩ଟି ସ୍ୱର୍ଣ୍ଣ ପଦକ ହାସଲ କଲେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ ହେବ ।

Leave A Reply

Your email address will not be published.