ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ଦିଆଯିବ ନୂଆ ରାସନ କାର୍ଡ

0

ଭୁବନେଶ୍ବର: ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି କି ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ହିତାଧିକାରୀଙ୍କୁ ଦିଆଯିବ ନୂଆ ରାସନ କାର୍ଡ। ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ନୂଆ ରାସନ କାର୍ଡ ପାଇଁ ଏବେ ସୁଦ୍ଧା ୧୦ ଲକ୍ଷ ଲୋକ ଆବେଦନ କରିଛନ୍ତି। ପୁରୁଣା କାର୍ଡରେ ଇ-କେୱାଇସି ଯାଞ୍ଚ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ନୂଆ କାର୍ଡ ଆବେଦନ ମଧ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୪୪ଲକ୍ଷ ୩୭ହଜାର ଲୋକଙ୍କର ଇ-କେୱାଇସି ଅପଡେଟ ସରିଥିବା ବେଳେ ଅନ୍ୟମାନଙ୍କ ଯାଞ୍ଚ ଚାଲିଥିବା ନେଇ ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଏବେ ଯାଏଁ ଯାଞ୍ଚ କରାଯାଇଥିବା କାର୍ଡ ମଧ୍ୟରେ ଅନେକ ଜାଲ କାର୍ଡ ଧରା ପଡ଼ିଛି । ଏବେ ଯାଏଁ ୨୦ରୁ ୨୫ ପ୍ରତିଶତ ଜାଲ କାର୍ଡ ଧରା ପଡ଼ିଲାଣି। ଏଥିରେ ଆଉ କିଛି ସମୟ ଲାଗିବ। ସବୁ କାର୍ଡ ଯାଞ୍ଚ ହୋଇ ଜାଲ କାର୍ଡ ଧରିବା ପରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନୂଆ କାର୍ଡ ଦେବେ ରାଜ୍ୟ ସରକାର ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

Leave A Reply

Your email address will not be published.