ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ

0

ଭୁବନେଶ୍ବର: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି। ବୁଧବାର ବସିଥିବା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି କଟକ ଜିଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ। ତେବେ ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ସେନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇନି। ପରବର୍ତ୍ତୀ ବୈଠକରେ ବାଲିଯାତ୍ରା ଦିନ ଧାର୍ଯ୍ୟ ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ତେବେ ଚଳିତ ବର୍ଷ ବାଲିଯାତ୍ରାର କଳେବର ବୃଦ୍ଧି ପାଇବ। ପ୍ରଥମ ଥର ଲାଗି ବାଲିଯାତ୍ରା ପଡିଆରେ ଗ୍ରୀନ କରିଡରର ବ୍ୟବସ୍ଥା କରାଯିବ। ବୁଧବାର, ଶୁକ୍ରବାର ଓ ରବିବାର ଭିଡ଼କୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିପରି ଯାନବାହନ ରଖିବା ପାଇଁ ପାର୍କିଂ ସ୍ଥଳ ଅଧିକ ହେବ। ତେବେ ଏଥର ବାଲିଯାତ୍ରାରେ ଟ୍ରାଫିକ୍‌ ପରିଚାଳନା ଓ ଟଏଲଟ୍‌ ସମସ୍ୟାକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯିବ। ଶୃଙ୍ଖଳିତ ଓ ସୁରକ୍ଷିତ ବାଲିଯାତ୍ରା କରାଯିବା ନେଇ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

Leave A Reply

Your email address will not be published.